ଦୁର୍ଗମ ମୂଷାନାଳ ଠାରେ ଉଦଘାଟିତ ହେଲା SBI ଏଟିଏମ୍

ଲାଞ୍ଜିଗଡ଼, ୨୮|୮: ଘାଟି ତଥା ଦୁର୍ଗମ ଅଞ୍ଚଳ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାପାଇଁ ପ୍ରୟାସ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ମୂଷାନାଳ ଠାରେ ଆରମ୍ଭ ହୋଇଛି ଏଟିଏମ୍ ସେବା। ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସବିଆଇ ଏଟିଏମ୍ ରୁ ଶୁଭ ଉଦଘାଟନ କରିଛନ୍ତି। ଏଥିରେ ବ୍ୟାଙ୍କ ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ସ୍ଥାନୀୟ ବାସିନ୍ଦା ଓ ବ୍ୟାଙ୍କ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu


ପୂର୍ବରୁ ଏହି ଅଞ୍ଚଳର ଜନସାଧାରଣ ମୂଷାନାଳ ସ୍ଥିତ ଏସବିଆଇ ବ୍ୟାଙ୍କ ଉପରେ ନିର୍ଭର କରୁଥିଲେ। ତେବେ ଏହି ଶାଖାରେ ବାରମ୍ବାର ଲିଙ୍କ୍ ଫେଲ୍ ତଥା ବିଭିନ୍ନ ସମସ୍ୟା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ମୂଷାନାଳ ଠାରେ ଏକ ଏଟିଏମ୍ ସ୍ଥାପନ ପାଇଁ ଲୋକେ ଦାବି କରି ଆସୁଥିଲେ। ବର୍ତ୍ତମାନ ଏହି ଦାବି ପୂରଣ ହୋଇଛି। ମୂଷାନାଳ ଠାରେ ଏଟିଏମ୍ ସ୍ଥାପନ ହେବା ଫଳରେ ଘାଟି ଅଞ୍ଚଳର ୧୦ ଗୋଟି ପଞ୍ଚାୟତର ପ୍ରାୟ ୩୦୦ ଶହ ଗ୍ରାମର ହଜାର ହଜାର ଲୋକେ ସହଜରେ ଟଙ୍କା ଉଠାଣ କରିପାରିବେ। ତେଣୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମକୁ ମୂଷାନାଳ ଏମ୍ଏଡିଟିମ୍ ର ମନୀଷ ମିଶ୍ର, ନିତ୍ୟାନନ୍ଦ ଦୋରା, ସୁନିଲ ନାଏକ, ସରୋଜ କୁମାର ବିଶି, ସୁଶାନ୍ତ ନାଏକ, ଆଜାଦ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.