ନର୍ଲାରୋଡର ଜନପ୍ରୀୟ ଧର୍ମପରାୟଣ ବ୍ୟକ୍ତି ସଞ୍ଜୁ ଶର୍ମାଙ୍କ ପରଲୋକ

କଳାହାଣ୍ଡି, ୩୧|୮ (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ନର୍ଲାରୋଡର ଜନପ୍ରୀୟ ଧର୍ମପରାୟଣ ବ୍ୟକ୍ତି ସଞ୍ଜୟ ଶର୍ମା (୫୧) ଗତକାଲି ରାତି ୧୦ ଘଣ୍ଟା ସମୟରେ ରାୟପୁର ନାକାହାରା ଡାକ୍ତରଖାନାରେ ଇହଲିଲା ସମ୍ବରଣ କରିଛନ୍ତି । ଏ ଖବର ଜାଣିବା ପରେ ନର୍ଲାରୋଡରେ ଶୋକର ଛାୟା ଖେଳି ଯାଇଥିଲା । ଗତ ସପ୍ତାହରୁ ସେ ଜ୍ୱରରେ ପିଡିତ ଥିଲେ । ଗତ ଦୁଇଦିନ ତଳେ ଜ୍ୱର ଛାଡି ଯାଇଥିଲେ ମଧ୍ୟ ଅତ୍ୟଧିକ ଦୁର୍ବଳ ଅନୁଭବ କରିବାରୁ ତାଙ୍କ ବଡପୁଅ କିସନ ଶର୍ମା ଓ ତାଙ୍କ ଧର୍ମପତ୍ନୀ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ସେଠାକାର ଡାକ୍ତର ଶ୍ରୀ ଶର୍ମାଙ୍କୁ ରାୟପୁର ଡାକ୍ତରଖାନା ନେଇଯିବାପାଇଁ କହିଥିଲେ । ଗତକାଲି ଅପରାହ୍ନ ୪ ବେଳେ ତାଙ୍କୁ ରାୟପୁର ସ୍ଥିତ ନାକାହାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାର କିଛି ସମୟ ପରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଆଜି ଭୋରରୁ ତାଙ୍କ ମୃତଦେହ ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର ପାଶ୍ୱର୍ସ୍ଥ ତାଙ୍କ ବାସ ଭବନରେ ପହଞ୍ଚିବା ପରେ ନର୍ଲାରୋଡ ଜନ ସମୁଦ୍ର ପାଲଟି ଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶଯୋଗ୍ୟ ଯେ, ନର୍ଲାରୋଡର ସଞ୍ଜୟ ଶର୍ମା ବହୁ ଜନପ୍ରୀୟ ଥିଲେ । ଜଣେ ଧର୍ମପରାୟଣ ବ୍ୟକ୍ତି ବାବରେ ନର୍ଲାରୋଡ ନବରାତ୍ରୀ ଦୁର୍ଗାପୂଜା, ହନୁମାନ ଜୟନ୍ତୀ, ରାବଣପୋଡି, ଶିବରାତ୍ରୀ ଭଳି ପ୍ରମୁଖ ପୂଜନ ପର୍ବରେ ମୁଖ୍ୟ ଭୂମିକା ନିର୍ବାହନ କରୁଥିଲେ । ନର୍ଲାରୋଡର ଆବାଳ ବୃଦ୍ଧ ବନୀତା ସ୍ୱର୍ଗତ ଶ୍ରୀ ଶର୍ମାଙ୍କ ପ୍ରତି ଏକ ସ୍ୱତନ୍ତ୍ର ଶ୍ରଦ୍ଧା ଓ ଭକ୍ତି ରହିଥିଲା । ଦୀର୍ଘ ୨୫ ବର୍ଷ ତଳେ ସେ ତାଙ୍କ ବାପାଙ୍କୁ ହରାଇଥିଲେ । ଏହାପରେ ନିଜେ ବଞ୍ଚିବା ପାଇଁ ଯୁବକ ସମୟରୁ ସଂଘର୍ଷ କରିବା ସହିତ ସାନ ଦୁଇ ଭାଇଙ୍କୁ ମଧ୍ୟ ମଣିଷ କରି ଗଢି ତୋଳି ସମାଜରେ ପ୍ରତିଷ୍ଠିତ କରାଇଥିଲେ । ଶ୍ରୀ ଶର୍ମାଙ୍କ ବିୟୋଗ ଅଞ୍ଚଳ ପାଇଁ ଅପୁରଣୀୟ କ୍ଷତି ବୋଲି ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ, ଯୁବ ଉଦ୍ୟୋକ୍ତା ବିମଲ କୁମାର କେଡିଆ ମତବ୍ୟକ୍ତ କରିଥିବା ବେଳେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଧର୍ମପରାୟଣ ବ୍ୟକ୍ତି ତଥା ନର୍ଲାରୋଡ ଶିବମନ୍ଦିର ପରି·ଳନା କମିଟିର ସଭାପତି ଗୋବିନ୍ଦରାମ କେଡିଆ, ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ସମାଜସେବୀ ଜହରଲାଲ ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦସଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଶାନ୍ବନା ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.