ଜୟ ଭବାନୀ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

କଳାହାଣ୍ଡି, ୧|୯: ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉତ୍କେଳା ପଞ୍ଚାୟତଠାରେ ଟିମ୍ ଜୟ ଭବାନୀ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ନିର୍ଦ୍ଦେଶ ଓ ରାଜ୍ୟ ପରିଷଦ ସଦସ୍ୟ ବିଜୁ ଜନତା ଦଳ ଭବାନୀ ଶଙ୍କର ନିଆଲଙ୍କ ଆହ୍ୱାନ କ୍ରମେ ଟିମ ଜୈ ଭବାନୀ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ମୁଖ୍ୟ ଅତିଥି ଭାବେ କ୍ଷମା ମାଝୀ ଉପସ୍ଥିତ ଥିବାବେଳେ ଜୈ ଭବାନୀ ଟିମର କର୍ମକର୍ତ୍ତାଙ୍କ ସମେତ ଜଗତ ବେହେରା, ଦିଲ୍ଲୀପ ବେହେରା, ଯତନ ମାଝୀ, କୁମାର ପଟ୍ଟନାୟକ, ଚନ୍ଦ୍ରଭାନୁ ଗଉଡ଼, ସୀମାନ ମାଝୀ, କାର୍ତ୍ତିକ କର, ସୀମାନ କହର, ଉଦ୍ଧବ ଗଉଡ଼, ସୁମିତ କୁମାର ପଧାନ, ଚିନ୍ମୟ ବୁଦ୍ଧିଆ ପ୍ରମୁଖ ଏଥିରେ ସାମିଲ ରହି ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.