ଲିମାପଦର ରାଧାକୃଷ୍ଣ ମନ୍ଦିରଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଗୁଣୁପୁର/ରାମନାଗୁଡା, ୧|୯ (ଦିଲୀପ କୁମାର ପଣ୍ଡା): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଲିମାପଦର ରାଧାକୃଷ୍ଣ ମନ୍ଦିର ପରିସରରେ କରୋନା କଟକଣାକୁ ମାନି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ମନ୍ଦିର ଅଧିକାରୀ ଶଙ୍କର୍ଷଣ ପଣ୍ଡାଙ୍କ ତତ୍ଵାବଧାନରେ ଗ୍ରାମବାସୀ ଶ୍ରୀକୃଷ୍ଣ ଜନ୍ମ ଉତ୍ସବକୁ ସଂକୀର୍ତ୍ତନ ଓ ଭାଗବତ ପାରାୟଣ ମାଧ୍ୟମରେ ସୁଚାରୁ ରୂପେ ସଂପାଦନ କରିଥିଲେ। ଏହି ଅବସରରେ ଶ୍ରୀମଦ୍ଭାଗବଦ୍ ଦଶମ ସ୍କନ୍ଧର ଶ୍ରୀକୃଷ୍ଣ ଜନ୍ମ ପର୍ଯ୍ୟନ୍ତ ପାଠ କାରାଯାଇ ସ୍ନାନାଦି ବିଧି ପାଳନ କରାଯାଇଥିଲା। ପ୍ରପନ୍ନ ତ୍ରିପାଠୀ ଓ ପ୍ରମୋଦ ତ୍ରିପାଠୀ ଭାଗବତ ପାରାୟଣ କରିଥିଲେ। ସ୍ଥାନୀୟ କଳାକାର କେଦାର ନାଥ ପଣ୍ଡା, ତ୍ରିପତି ଗୌଡ଼, କାଳିଆ ପ୍ରଧାନ, ରାମ ପ୍ରଧାନ, ଆଲୋକ ପଣ୍ଡା, ହିମାଂଶୁ ପଣ୍ଡା, ଚକ୍ରପାଣି ତ୍ରିପାଠୀ, ଅକ୍ରୁର ଗୌଡ଼ ଭଜନ ପରିବେଷଣରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.