କୋରାପୁଟ, ୬|୯: ଭାରତର ପ୍ରଥମ ଉପ ରାଷ୍ଟ୍ରପତି ତଥା ଦ୍ଵିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଅଛି। ଏହି ପ୍ରରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ପ୍ରତିଷ୍ଠିତ ଅନୁଷ୍ଠାନ ଘଡେଇ +୨ ଆବାସିକ ଅନୁଷ୍ଠାନ ଠାରେ ଗୁରୁ ଦିବସ ପାଳିତ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ତଥା ସଂଗଠକ ଶ୍ରୀ ୟୁ. କୋଟେଶ୍ୱର ରାଓ, ଇଂରାଜୀ ଅଧ୍ୟାପକ ହରିହର ପଟ୍ଟନାୟକ, ଓଡ଼ିଆ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସର୍ବପ୍ରଥମେ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦ୍ବୀପପ୍ରଜ୍ଜଳନ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା ପୂର୍ବକ ଏହି ଶିକ୍ଷକ ଦିବସ ଉତ୍ସବ ସୁରୁଖୁରୁରେ ଏହି ଅନୁଷ୍ଠାନରେ ପାଳିତ ହୋଇଅଛି।