ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦ ତରଫରୁ ଆଦର୍ଶ ଶିକ୍ଷକ ଭାବେ ତ୍ରିନାଥ ପଟ୍ଟନାୟକ ସମ୍ମାନିତ

ନୟାଗଡ଼, ୬|୯: ଶିକ୍ଷକ ଦିବସ ଅବସରରେ ନୟାଗଡ ଜିଲ୍ଲା ରାଜ ରଣପୁର ଅଞ୍ଚଳର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ନବ କିଶୋର ସାମନ୍ତରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରକ୍ଷକ ନାୟକ କୋରାପୁଟ ଜିଲ୍ଲାର ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ ସ୍ୱରୂପ ମାନପତ୍ର ପ୍ରଦାନ କରିଥିଲେ। ଏହି ଆଭାସୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଭାପତି ବିଜୟ କୁମାର ଜେନା, ମୁଖ୍ୟ ଅତିଥି ରକ୍ଷକ ନାୟକ, ଉପଦେଷ୍ଟା ବିରଞ୍ଚି ନାରାୟଣ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ସଂଗ୍ରାମ କେଶରୀ ସାମନ୍ତରାୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଙ୍କ ସମେତ ଅନେକ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

ଏଠାରେ ପ୍ରକାଶଯୋଗ୍ୟ ଯେ, ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ କୋରାପୁଟ ଜିଲ୍ଲା ପାଡ଼ୱା ସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି। ଏତତ୍ ବ୍ୟତୀତ କୋରାପୁଟ ସ୍ଥିତ ଘଡେଇ ଆବାସିକ ଅନୁଷ୍ଠାନରେ ମଧ୍ୟ ସେ ପିଲାଙ୍କୁ ଶିକ୍ଷା ପ୍ରଦାନ କରନ୍ତି। ଶ୍ରୀ ପଟ୍ଟନାୟକ ଜଣେ ସଚ୍ଚୋଟ, କର୍ତ୍ତବ୍ୟ ନିଷ୍ଟ, ସମାଜସେବୀ ଏବଂ ପାଠପଢାକୁ ନେଇ ଅଞ୍ଚଳରେ ବେଶ୍ ପ୍ରଶଂସା ପାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.