ସାନ୍ଧୁବାଡି ଠାରେ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ

ରାୟଗଡ, ୬|୯ (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ବ୍ଳକ ମୀରାବାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ସାନ୍ଧୁବାଡି ଗ୍ରାମ ଠାରେ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ଅନ୍ତର୍ଗତ ଜଳ ଜୀବନ ମିଶନ ଯୋଜନାରେ ଏକ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍ ପାଣି ଟାଙ୍କିରୁ ସାନ୍ଧୁବାଡି ଓ ଜାନି ସାହି ବାସିନ୍ଦାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ଯୁବ ନେତା ପ୍ରତାପ ପୁଆଲା ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।


ସାନ୍ଧୁବାଡି ଗ୍ରାମରେ ଦୀର୍ଘ ଦିନରୁ ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ଗ୍ରାମବାସୀ ବହୁ ଅସୁବିଧା ଭୋଗୁଥିଲେ । ଗ୍ରାମବାସୀଙ୍କ ଦାବିକୁ ଅଗ୍ରାହ୍ୟ ଦେଇ ପ୍ରଶାସନ ତରଫରୁ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରି ଗ୍ରାମରେ ପାନୀୟ ଜଳ ସଙ୍କଟକୁ ଦୂର କରିଥିବାରୁ ପ୍ରଶାସନକୁ ଶ୍ରୀ ପୁଆଲା କୃତଞତା ଜଣାଇଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସରପଂଚ ନିଲିମା ପୁଆଲା, ନାଏବ ସରପଂଚ ସାନନ୍ଧ ବାଚେଲିଙ୍କ ସମେତ ଗ୍ରାମର ଭଦ୍ରମଣ୍ଡଳି କଟେଶ୍ୱର ଗାଂଟା, ପ୍ରେମା ପାଣି, ଚକ୍ର ପାଣି, ଦୟା ବାଚେଲି ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.