ମୋ ସାଇକେଲ ଯୋଜନାରେ ଦୁର୍ନିତୀ ପ୍ରସଙ୍ଗ: ତଦନ୍ତ ପାଇଁ ହାଇକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଳା

ଭୁବନେଶ୍ୱର: ମୋ ସାଇକେଲ ଯୋଜନାରେ ଅର୍ଥ ହରିଲୁଟର ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ବିଜେପି ଲିଗାଲ ସେଲ୍ ର ଜୟନ୍ତ ଜେନାଙ୍କ ପକ୍ଷରୁ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲାର ଦାୟର କରାଯାଇଛି । ସରକାରୀ ଅଧିକାରୀଙ୍କ ଦ୍ୱାରା ଏହି ଯୋଜନାରେ ଅର୍ଥ ହରିଲୁଟ କରାଯାଇଥିବା ଆବେଦନରେ ଦର୍ଶାଯାଇଛି ଓ ଏହାର ସଠିକ୍ ତଦନ୍ତ କରାଯାଉ ବୋଲି ଜୟନ୍ତ ଜେନାଙ୍କ ପକ୍ଷରୁ ଆବେଦନ କରାଯାଇଛି ।

ଏପଟେ ଆଜି ବିଧାନସଭାରେ ବି ‘ମୋ ସାଇକେଲ’ ତାତି ଦେଖିବାକୁ ମିଳିଛି । ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଫସିଛନ୍ତି ଶାସକ ଦଳ । ଗୋଟିଏ ପଟେ ମୋ ସାଇକେଲ ଚୋରୀ ଓ କବାଡିଆଙ୍କୁ ବିକ୍ରି କରାଯାଉଛି ବୋଲି ବିଏମସି ଥାନାରେ ଅଭିଯୋଗ କରୁଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା ଉତ୍ତରରେ କହିଛନ୍ତି ସବୁ ସାଇକେଲ ସୁରକ୍ଷିତ ରହିଛି ଏବେ ୧ହଜାର ସାଇକେଲ କାର୍ଯ୍ୟକ୍ଷମ ଥିବା ବେଳେ ଆଉ ୧ହଜାର ସାଇକେଲ ମରାମତୀ କରାଯାଉଛି । ମୋ ସାଇକେଲ ଚୋରୀ ଓ କବାଡିଆଙ୍କୁ ବିକ୍ରି ନେଇ କୌଣସି ଅଭିଯୋଗ ନାହିଁ । ଅନ୍ୟପକ୍ଷରେ ଏହାକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି । ମୋ ସାଇକେଲ ରାଜନୀତିକୁ ନେଇ ରାଜ୍ୟ ସରକାର କାଠଗଡାରେ ଠିଆ ହୋଇଥିବା ବେଳେ ମଙ୍ଗଳବାର ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.