କଳାହାଣ୍ଡି, ୮/୯ (ଲିଙ୍ଗରାଜ ମିଶ୍ର): ଆବଶ୍ୟକତା ଠାରୁ କମ୍ ବୃଷ୍ଟିପାତ ହୋଇଥିବା କାରଣରୁ ଭବାନୀପାଟଣାରେ ମରୁଡ଼ିର ପଦଧ୍ବନୀ ଶୁଣାଯାଉଛି। ଶହ ଶହ ହେକ୍ଟର ଜମି ପଡିଆ ପଡ଼ି ଗାଈଗୋରୁ ଚରୁଛନ୍ତି। କାଁ ଭାଁ ଚାଷ ହୋଇଥିବା ଜମିର ଫସଳ ଉଧେଇ ପାରୁନାହିଁ। ଡେରିରେ ତଳି ରୋପଣ ଓ ବେଉଷଣ ହୋଇଥିବାବେଳେ ବର୍ଷା ସାଧିଛି ବାଧକ। ଏପଟେ କମ୍ ବର୍ଷା ଓ ଅଧିକ ଖରା ହେଉଥିବାରୁ ଏବେଠାରୁ ଫସଳରେ ରୋଗ ପୋକର ପ୍ରାଦୁର୍ଭାବ ଦେଖାଦେଲାଣି। ଯେତେଯାହା ହେଲେବି ଫସଳ ଆଉ ଭଲ ନହେବାର ଆଶଙ୍କା ସୃଷ୍ଟି ହୋଇଛି। ଏସବୁ ଦୃଷ୍ଟିରୁ ଭବାନୀପାଟଣା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବୀକରି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ମିଲ୍’କି ମାଟିର ‘ଆମର ମାଟି ଆମର ଦାବି ଯୁବ ସଂଗଠନ’।
ଭବାନୀପାଟଣା ବ୍ଲକର ମିଲ୍’କି ମାଟି ବୋର୍ଡା ସ୍ଥିତ ଡୁକରିଗୁଡି ଠାରେ ପୂଜାର୍ଚ୍ଚନା କରି ସଂଗଠନର କାର୍ଯ୍ୟକର୍ତ୍ତା, ସଦସ୍ୟ ଓ କୃଷକମାନେ ପଦଯାତ୍ରା ମାଧ୍ୟମରେ ବାହାରି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଦାବୀପତ୍ର ପ୍ରଦାନ କରିଥିଲେ। ଆମର ମାଟି ଆମର ଦାବି ଯୁବ ସଂଗଠନର ସଭାପତି ନୀଳାମ୍ବର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ପଦଯାତ୍ରାରେ ଶତାଧିକ ଚାଷୀ ସାମିଲ ହୋଇଥିଲେ।
ଏଥିରେ ମୁଖ୍ୟ ସହଯୋଗୀ ଦୁଲେଶ୍ବର ଜୁଆଡ଼, କସ୍ତୁବ ଜାଲ, ପ୍ରବୀଣ ତ୍ରିପାଠୀ, ବ୍ୟାସଦେବ ସାହୁ, ଲୋକେଶ୍ୱର ବେହେରା, ଅରବିନ୍ଦ ସାହୁ, ସୁମନ୍ତ ପ୍ରଧାନ, କୈଳାସ ସାହୁ, ଶ୍ରୀକାନ୍ତ ପ୍ରଧାନ, ମନୋରଞ୍ଜନ ମାଝୀ, ଅମିତ ସାହୁ, କୁମରମଣି ହରପାଳ, ଲକ୍ଷ୍ମଣ ନାଏକ, ଟିକେ ବାଗ, ଅନନ୍ତ ପ୍ରଧାନ, ଜିତେନ୍ଦ୍ର, ପ୍ରଦୀପ ବାଗ, ମୋତି, ଲଳିତ, ଅର୍ଚ୍ଛୁ ରଣା, ପିଣ୍ଟୁ ସାଗର ଓ ଅନେକ ଚାଷୀ ସହଯୋଗ କରିଥିଲେ।