କୋରାପୁଟ, ୧୦|୯: ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ‘ଘଡେଇ ଆବାସିକ ଅନୁଷ୍ଠାନ’ କୋରାପୁଟରେ ଗଣେଶ ଚତୁର୍ଥୀ ପାଳିତ ହୋଇଯାଇଅଛି। ଏନେଇ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖା ଦେଇଥିଲା। ପ୍ରଥମେ ଗଣେଶଙ୍କୁ ଗାୟତ୍ରୀ ମନ୍ତ୍ରରେ ଦୀକ୍ଷିତ କରାଯାଇ ବିଧି ପୂର୍ବକ ଉପାସନା କରାଯାଇଥିଲା। ପରିଶେଷରେ ଅନୁଷ୍ଠାନର ଅଧ୍ୟକ୍ଷ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଉକ୍ତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାକୁ ଅନୁଷ୍ଠାନର ଅଧ୍ୟକ୍ଷ ୟୁ. କୋଟେସ୍ୱର ରାଓ, ଇଂରାଜୀ ଅଧ୍ୟାପକ ହରିହର ପଟ୍ଟନାୟକ, ଓଡିଆ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।