ବିକାଶର ବିକଳ ଚିତ୍ର: ପିଛା ଛାଡ଼ୁନି ଜଳକଷ୍ଟ, ନଈରୁ ଲୋକେ ପିଉଛନ୍ତି ପାଣି

ଗୁଣୁପୁର,୧୦|୯ (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଚାଟିକୋଣା ଗ୍ରାମ ପଂଚାୟତର ଡଙ୍ଗର ପଡାରେ ପାନୀୟଜଳ ସଂକଟ ଦେଖାଦେଇଛି। ଚାଟିକୋଣା ପଂଚାୟତରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ବାସ କରନ୍ତି ୨୫ ପରିବାର। ଏଇ ଗାଁରେ ବସବାସ କରୁଥିବା ପରିବାର ଦୀର୍ଘ ୧୫ ବର୍ଷ ହେଲା ପାନୀୟଜଳ ପାଇଁ ବାରମ୍ବାର ଅଭିଯୋଗ କରି କରି ପାଉଛନ୍ତି କେବଳ ପ୍ରତିଶୃତି। ହେଲେ ପିଇବା ପାଣି ପାଇଁ ପଡାରୁ ୨ କିଲୋମିଟର ଦୂରରେ ଥିବା ମଶାଣି ନିକଟରେ ଥିବା ନାଳ ହିଁ ସେମାନଙ୍କ ଏକମାତ୍ର ଭରଷା ହୋଇଛି। ରାଜ୍ୟ ସରକାର ସ୍ଵଛ ପାନୀୟ ଜଳଯୋଗାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି ସତ କିନ୍ତୁ ଏଗୁଡିକ କେତେ ମାତ୍ର ରେ ସଫଳ ରୂପାୟନ ହେଉଛି ତାର ତଦାରଖ କରାଯାଉନଥିବା ଜଣାପଡୁଛି। ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ କେବଳ କାଗଜ କଲମରେ ସୀମିତ ନ ରହି ଲୋକଙ୍କ ପାଇଁ ଉଦିଷ୍ଟ ହେଲେ ବାସ୍ତବିକ ବିକାଶ ହୋଇ ପାରିଥାନ୍ତା। ଡଙ୍ଗର ପଡା ଗ୍ରାମବାସୀଙ୍କ ଜଳ କଷ୍ଟରୁ କେବେ ମୁକ୍ତି ମିଳିବ? ଏଇଠି ପ୍ରଶ୍ନ ଉଠୁଛି ଦୀର୍ଘ ୧୫ ବର୍ଷର ଏଇ ପାନୀୟ ଜଳଯୋଗାଣ ସମସ୍ୟା ସତରେ କ’ଣ କମ ସମୟ ମଧ୍ୟରେ ଫଳବତୀ ହେଇଯିବ ? ତେବେ ସମୟ କହିବ କେବେ ସମାଧାନ ହେଉଛି ଏହି ଗାଁର ପାନୀୟଜଳ ସମସ୍ୟା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.