ହୃତଘାତରେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

କଳାହାଣ୍ଡି,୧୦ା୯ (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାଠାରେ ଥିବା ଅଗ୍ନିଶମ ବିଭାଗ ଅଫିସରେ କାର୍ଯ୍ୟରତ ଜଣ କର୍ମଚାରୀଙ୍କ ଆଜି ହୃତଘାତରେ ମୃତ୍ୟୁ ହୋଇଯାଇଛି । ଘଟଣାରୁ ଜଣାଯାଏ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଅଗ୍ନିଶମ ଅଧିକାରୀ ନରବ୍ରେଟ କୁଜୁରଙ୍କୁ ଗତକାଲି ରାତ୍ର ସମୟରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ନିଜ କକ୍ଷରେ ଶୋଇ ପଡିଥିଲେ । ସହକର୍ମୀମାନେ ତାଙ୍କୁ ଉଠାଇଥିଲେ ମଧ୍ୟ ନଉଠିବାକୁ ପ୍ରଥମେ ସ୍ଥାନୀୟ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ତାଙ୍କୁ ଡାକ୍ତର ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଧର୍ମଗଡ ଡାକ୍ତରଖାନାରେ ଗୋଲାମୁଣ୍ଡା ପୋଲିସର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଶ୍ରୀ କୁଜୁର ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ବ୍ଲକର ହୋଇଥିବା ବେଳେ ଦିର୍ଘଦିନ ହେଲା ଗୋଲାମୁଣ୍ଡା ଅଗ୍ନିଶମ ଅଫିସରେ କାର୍ଯ୍ୟରତ ଥିଲେ । ତାଙ୍କର ସୁଦକ୍ଷ କାର୍ଯ୍ୟଦକ୍ଷତା ପାଇଁ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କର ହଠାତ ମୃତ୍ୟୁରେ ଅଞ୍ଚଳରେ ଶୋକର ଲହରି ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.