ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ

ଗୁଣପୁର, (ଦିଲୀପ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ଫାଣ୍ଡି ପରିସରରେ ବୁଧବାର ଦିନ ୭୧ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗୁଣୁପୁର ଏସଡିପିଓ ଅଜୟ କୁମାର ବାରିକ, ଆର୍ଦଶ ଥାନାଧିକାରୀ ଦୁଷ୍ମନ୍ତ ହିଆଲ, ବରିଷ୍ଠ ଆଇନଜୀବୀ ରମେଶ ଲିମା, ଏସ୍ଆଇ ସୁଶାନ୍ତ ବେହେରା, ରାମନାଗୁଡା ଫାଣ୍ଡିଧିକାରୀ କୃତ୍ତିବାସ ହରିଚନ୍ଦନ ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବରିଷ୍ଠ ନାଗରିକଙ୍କ ପାଇଁ ସରକାରୀ ସୁବିଧା ସହ ବସ୍ ଓ ଟ୍ରେନ ଆଦି ଯାତ୍ରା ସମୟରେ ବରିଷ୍ଠ ନାଗରିକଙ୍କୁ ସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

Omkar Vasthu
Omkar Vasthu


ଏହି ଅବସରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଫାଣ୍ଡି ଅଧିନରେ କେବଳ ୭୧ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବାବେଳେ ଏଥିରୁ ଅନେକ ବରିଷ୍ଠ ନାଗରିକ ବାଦ୍ ପଡିଥିବାବେଳେ ଯଥାଶୀଘ୍ର ସମସ୍ତ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ପରିଚୟପତ୍ର ପ୍ରଦାନ କରାଯିବାକୁ ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ରାମନାଗୁଡା ଫାଣ୍ଡି ଅଧିକାରୀ କୃତ୍ତିବାସ ହରିଚନ୍ଦନ ପରିଚାଳନା କରିଥିବା ବେଳେ ଫାଣ୍ଡିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.