କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖୋଲାଗଲା ମା ମଝିଘରିଆରିଆଣୀ ମନ୍ଦିର ଦାନହୁଣ୍ଡି

● ସୁନା ୫୪ଗ୍ରାମ୍‌, ରୂପା ୫ କେଜି ୨୦୧ ଗ୍ରାମ ସହ ନଗଦ ୬୯ଲକ୍ଷ ୯୦ହଜାର ୨୮୪ଟଙ୍କା ଟଙ୍କା ଆଦାୟ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରେ ଥିବା ଦାନହୁଣ୍ଡିକୁ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ଖୋଲାଯାଇଛି । ଜିଲ୍ଲା ପ୍ରଶାସନର କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଦୀର୍ଘ ୧୧ମାସର ବ୍ୟବଧାନ ପରେ ଆଜି ପୁଣିଥରେ ମନ୍ଦିରର ଦାନହୁଣ୍ଡି ଖୋଲାଯାଇଥିବା ନେଇ ମନ୍ଦିର ପରିଚାଳନା ଟ୍ରଷ୍ଟି ତଥା ଅଧ୍ୟକ୍ଷ ରାଇସିଂ ବିଡିକା ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu


ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ସହ ଏଣ୍ଡୋମେଂଟ ବିଭାଗର ନିରୀକ୍ଷକ ଅଧିକାରୀଙ୍କ ଉପସ୍ଥିତିରେ ସହରର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଏବଂ ମନ୍ଦିର ପରିଚାଳନା କମିଟିର କର୍ମଚାରୀଙ୍କୁ ମିଶାଇ ମୋଟ ୧୫୦ଜଣ ସଦସ୍ୟ ଦାନହୁଣ୍ଡିରୁ କଢା ଯାଇଥିବା ସୁନାରୂପା ଅଳଙ୍କାର,ଟଙ୍କା ଆଦି ଗଣତି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସ୍ଥାନୀୟ ଥାନା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ଆଜି ମନ୍ଦିର ଦାନହୁଣ୍ଡିରୁ ନଗଦ ୬୯ଲକ୍ଷ ୯୦ହଜାର ୨୮୪ଟଙ୍କା ସୁନା ୫୪ ଗ୍ରାମ, ରୂପା ୫କେଜି ୨୦୧ଗ୍ରାମ ସହ ଗୋଟିଏ ସାଉଦିଆରବ ଏବଂ ୪ଟି ମାଲେସିଆ ଦେଶର ବିଦେଶୀ ଟଙ୍କା ଦାନ ଆକାରରେ ପ୍ରାପ୍ତ ହୋଇଥିବା ନେଇ ମନ୍ଦିର ଅଧ୍ୟକ୍ଷ ଶ୍ରୀ ବିଡିକା ସୂଚନା ପ୍ରକାଶ କରିଛନ୍ତି । ଗତ ୨୦୨୦ମସିହା ଅକ୍ଟୋବର ୭ ତାରିଖରେ ଶେଷ ଥର ହୁଣ୍ଡି ଖୋଲାଯାଇ ସେଥିରୁ ନଗଦ ୬୩ ଲକ୍ଷ ଟଙ୍କା, ସୁନା ୩୨ଗ୍ରାମ ସହ ରୂପା ଅଳଙ୍କାର ୩ କେଜି ୪୦ଗ୍ରାମ ଦାନ ସୂରୁପ ଆଦାୟ ହୋଇଥିବା ନେଇ ଶ୍ରୀ ବିିଡିକା ପ୍ରକାଶ କରିଥିଲେ ।

Udyog Nursery
Udyogi Nursery


ସେହିପରି କୋଭିଡ କଟକଣା ଯୋଗୁଁ ମନ୍ଦିରରେ ମାଁଙ୍କ ଦର୍ଶନରୁ ଭକ୍ତମାନେ ବଂଚିତ ହୋଇଥିଲେ ସୁଦ୍ଧା ମନ୍ଦିର ବାହାରେ ମାଁଙ୍କ ପୂଜାର୍ଚ୍ଚନା କରି ନିଜର ଦାନ ସାମଗ୍ରୀ ଦାନପାତ୍ରରେ ପକାଇବା ପାଇଁ କହୁଥିଲେ ବୋଲି ମଧ୍ୟ ଶ୍ରୀ ବିଡିକା କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.