ରାୟଗଡା ଜିଲ୍ଳା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି ବିଜେଡି ସରକାର -ବିଜେପି

ରାୟଗଡ, (ଶିବ ନାରାୟଣ ଗୈାଡ): ରାଜ୍ୟ ଶାସନ ଗଦିରେ ଗତ ୨୨ବର୍ଷ ଧରି ବସିଥିବା ବିଜେଡି ସରକାର ରାୟଗଡା ଜିଲ୍ଳାର ସର୍ବାଙ୍ଗିନ ଉନ୍ନତୀ କ୍ଷେତ୍ରରେ କୈାଣିସ ବି ସଫଳ ରୂପାୟନ କାର୍ଯ୍ୟ କରିନାହିଁ ଫଳରେ ଏଠାକାର ଜିଲ୍ଳାବାସୀମାନେ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି ତେଣୁ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ଦାୟୀ ଏବଂ ରାଜ୍ୟ ସରକାରଙ୍କ ଏପରି ଅଣଦେଖା ନୀତିକୁ ବିଜେପି ଦୃଢ ନିନ୍ଦା କରୁଛି ବୋଲି ଭାରତୀୟ ଜନତା ପାର୍ଟି(ବିଜେପି)ର ସାଧାରଣ ସଂପାଦକ ତଥା କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାରାୟଣ ନାଏକ କହିଛନ୍ତି । ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ରାୟଗଡ ଗସ୍ତକୁ ୨ଦିନିଆ ଗସ୍ତରେ ସାଧାରଣ ସଂପାଦକ ଶ୍ରୀ ନାଏକଙ୍କ ନେତୃତ୍ୱରେ ଏକ ଟିମ୍ ଆସି ଜିଲ୍ଳା ସଦର ମହକୁମା ଏବଂ ରାମନାଗୁଡା ବ୍ଳକର କୁଜେନ୍ଦ୍ରୀ ଏବଂ କଲ୍ୟାଣସିଂହପୁର ବ୍ଳକ ଶିକରପାଇ ପଂଚାୟତର ବିରିଡା ଗ୍ରାମକୁ ଗସ୍ତ କରି ବୁଥସ୍ତରୀୟ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ । ଆଜି ସ୍ଥାନୀୟ ହୋଟେଲ ତେଜସ୍ୱୀ ସମ୍ମିଳନୀ କକ୍ଷରେ ରାୟଗଡ ଜିଲ୍ଳା ପ୍ରତି ବିଜେଡି ସରକାରଙ୍କ କିଛି ଆନ୍ତରିକତା ନ ଥିବାରୁ ଜିଲ୍ଳାରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଠାରୁ ଆରମ୍ଭ କରି ବେରୋଜଗାର ସମସ୍ୟାରେ ଜିଲ୍ଳାବାସୀ ଉବୁଟୁବୁ ହେଉଛନ୍ତି ବୋଲି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶ୍ରୀ ନାଏକ । ଜିଲ୍ଳା ବିଜେପି କମିଟି ସହ ରାଜ୍ୟରୁ ଆସିଥିବା ଦୁଇଟି ଟିମ୍ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ପରେ ଜିଲ୍ଳାରେ ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାର ଅଣଦେଖା କରିଥିବାର ଜାଣିବାକୁ ପାଇଛୁ ବୋଲି ଶ୍ରୀ ନାୟକ କହିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଆସୁଥିବା କେନ୍ଦ୍ର ଅନୁଦାନର ସଦ ବିନିଯୋଗ ନ କରି ଏହି ସବୁ ଅର୍ଥ ବିଜେଡିର ନେତା ଓ ଦଳୀୟ ପାଣ୍ଠି ଖାତାକୁ ଯାଉଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ନାଏକ । ତୃତୀୟ ମହଲାର ନିର୍ଦ୍ଦେଶରେ ଜିଲ୍ଳାରେ ଥିବା ମାଇନ୍ସ ଏବଂ କାରଖାନାଗୁଡିକର ସିଏସଆର ଅନୁଦାନର କାର୍ଯ୍ୟ ହେଉଛି । ଏଥିରେ ରାୟଗଡ ଜିଲ୍ଳା ପ୍ରଶାସନ, ଜନସାଧାରଣ ତଥା ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ମାନଙ୍କ କୈାଣସି ଦଖଲ ନ ଥିବାରୁ ସିଧାସଳଖ ଭାବେ ଏକ ନିର୍ଦ୍ଦିଷ୍ଟ ଏନଜିଓ ଦ୍ୱାରା ହଜାର ହଜାର କୋଟି ଟଙ୍କାର କାମ କରାଯାଉଛି ଏବଂ ତାଦ୍ୱାରା ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ସେହିପରି ରାୟଗଡ ପୈାରସଂସ୍ଥାରେ ସାଢେ ଆଠକୋଟି ଟଙ୍କାର ମହାଦୁର୍ନିତି ହୋଇଥିବା ବେଳେ ୧୫ଏକର ସରକାରୀ ଜମି ଚିହ୍ନଟ ହୋଇ ରହିଥିବା ବେଳେ ପୈାରାଚଂଳର ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ପାଖାପାଖି ୮୦ହଜାର ସାଧାରଣ ଜନତାମାନେ ଘରଡିହ ପାଇବାରୁ ବଂଚିତ ହୋଇ ଦୁର୍ଦ୍ଦିନରେ ଜୀବନ କାଳାତିପାତ କରୁଛନ୍ତି । ଫଳରେ ରାୟଗଡ ସହରର ବିକାଶ ହୋଇପାରୁନାହିଁ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଗରୀବ ଲୋକେ ବଂଚିତ ହେଉଛନ୍ତି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି । ତେଣୁ ବିଜେଡି ସରକାର ବିକାଶର ନୁହେଁ ବିନାଶର ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ରେଳମନ୍ତ୍ରୀଙ୍କ ଗସ୍ତ ପରେ ରେଳବାଇ ଡିଭିଜନ ପାଇଁ ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଳାନ ପାଇଁ ମଧ୍ୟ ଆବଶ୍ୟକୀୟ ସରକାରୀ ଜାଗା ପ୍ରଦାନରେ ବିଳମ୍ବ କରି ରାଜ୍ୟ ସରକାର ବୈମାତୃକ ମନୋଭାବ ପ୍ରକାଶ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅନୁଗାମୀମାନେ ବିଭିନ୍ନ ମଦ ବ୍ୟବସାୟ, ରତ୍ନପଥର ବ୍ୟବସାୟ ଓ ଗଂଜେଇ ଚୋରା ଚାଲାଣ ଭଳି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି ସେହିପରି ମନ୍ତ୍ରୀଙ୍କ ଠାରୁ ରାଜ୍ୟବାସୀ କଣ ଆଶା କରିବେ ବୋଲି ଅଭିଯୋଗ କରିଛନ୍ତି । ରତ୍ନପଥର ବ୍ୟବସାୟୀ ଗିରଫ ତଥା ଗଂଜେଇ ଚୋରା ଚାଲାଣ ଘଟଣାକୁ ସ୍ଥାନୀୟ ପୋଲିସମାନେ ବିଜେଡିର ଚାପରେ କୈାଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ବିଜେଡି ନେତାଙ୍କ ସିଧାସଳଖ ଏଥିରେ ହାତ ରହୁଥିବା ଜଣାପଡୁଛି ବୋଲି ଶ୍ରୀ ନାଏକ କହିଛନ୍ତି । ଏଭଳି ମାମଲାଗୁଡିକରେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ମଧ୍ୟ ସଂପୃକ୍ତି ରହୁଥିବାରୁ ଭିଜିଲାନ୍ସ ତଦନ୍ତ ପାଇଁ ବିଜେପି ଦାବି କରୁଛି ବୋଲି କହିଛନ୍ତି । ସେହିପରି ରାୟଗଡା ସହରର ହାତୀପଥର ଭଳି ପର୍ଯ୍ୟଟନ ସ୍ଥାନକୁ ନଷ୍ଟ କରି ଦିଆଯାଇଛି ଫଳରେ ପର୍ଯ୍ୟଟନ ବିକାଶରେ ରାୟଗଡ ସହର ପଛରେ ପଡିଛି ବୋଲି କହିଛନ୍ତି । ସେହିପରି ରାୟଗଡ ଜିଲ୍ଳାରେ ବଡ ବଡ ଶିଳ୍ପାନୁଷ୍ଠାନ ଅବସ୍ଥିତ ରହିଥିଲେ ମଧ୍ୟ ଏଠାରେ ବେରୋଜଗାରୀ ସମସ୍ୟା ମୁଣ୍ଡ ଟେକିଛି । ମାତ୍ର ୨ପ୍ରତିଶତ ଯୁବକଯୁବତୀ ନିଯୁକ୍ତି ପାଇଥିବା ନେଇ ଭାଜପାର ଓଡିଶା ପ୍ରଦେଶ ସଂପାଦକ, ପ୍ରଦେଶ ଯୁବମୋର୍ଚ୍ଚା ପ୍ରଭାରୀ ଟଙ୍କଧର ତ୍ରିପାଠୀ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ବିଜେପି ସଭାପତି ଶିବ ପଟ୍ଟନାୟକ, ରାୟଗଡ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ପୂର୍ବତନ ଜିଲ୍ଳା ସଭାପତି ଶିବଶଙ୍କର ଉଲ୍ଳାକା, ଜନଜାତି ରାଷ୍ଟ୍ରିୟ ଉପାଧ୍ୟକ୍ଷ କାଳୀରାମ ମାଝି, ନଗର କମିଟି ସଭାପତି ଶ୍ୟାମ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.