ନିଖୋଜ ୩ ଯୁବକଙ୍କ ମୃତ ଦେହ ଗୋଧସ ଜଳ ପ୍ରପାତରୁ ଉଦ୍ଧାର

● ଗଣେଶ ଭଶାଣି ବେଳେ ଅଘଟଣ ଘଟଣା

ନୂଆପଡା: ଲୋଡ୍ରା ବନଖଣ୍ଡ ସ୍ଥିତ ଗୋଧସ ଜଳ ପ୍ରପାତରେ ଗତକାଲି ଗଣେଶ ଭସାଣି କରି ଆସିଥିବା ନିଖୋଜ ତିନି ଯୁବଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି। ଶୁକ୍ରବାର ସକାଳୁ ନୂଆପଡା ଅଗ୍ନିଶମ ବିଭାଗ ଦ୍ଵାରା ସ୍ଥାନୀୟ ଧରମବନ୍ଧା ପୋଲିସ ର ଉପସ୍ଥିତ ରେ ମୃତ ଦେହ ଗୁଡିକୁ ଗଭୀର ପାଣି ରୁ ୮ ଘଣ୍ଟା ଖୋଜା ଖୋଜି କରିବା ପରେ ମିଳିପାରିଛି। ସକାଳ ୯ ଟାରେ ପ୍ରଥମେ ରାଜ କୁମାର ଗୁପ୍ତା (୨୪), ୧୧ ଟା ବେଳେ ଅମିତ କୁମାର ଗୁପ୍ତା(୨୫) ଓ ୧ ଟା ରେ ନୀଲେଶ ସିଂ (୩୩)ଙ୍କ ଶବ ଗୁଟିକୁ ଜଳ ପ୍ରପାତରୁ ବାହାର କରାଯାଇଥିଲା। ମୃତଙ୍କ ପରିବାରରୁ ଏ ଯାଏଁ କୌଣସି ଲୋକ ଘଟଣା ସ୍ଥଳ ରେ ପହଂଚି ନ ଥିଲେ। ମୃତକ ୩ ଯୁବକ ବିହାରରୁ ଆସି ନୂଆପଡାର ବିଦେଶୀ ମଦ ଦୋକାନରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଶବ ବ୍ୟବଛେଦ ପାଇଁ ମୃତ ଶବ ଗୁଡିକୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯିବ ଓ ପରେ ତାଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରା ଦିଆଯିବ। ଏ ନେଇ ଧରମବନ୍ଧା ଥାନା ଆଇଆଇସି ସଂଯୁକ୍ତା ବାର୍ଲା ସୂଚନା ପ୍ରଦାନ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୧୮ ତାରିଖରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ସେଗାନାମୁଣ୍ଡ ଗାଁର ମହେଶ ନାଗ (୧୮) ଗୋଧସ ଜଳ ପ୍ରପାତ ଶୀର୍ଷ ରୁ ଡେଇଁ ଷ୍ଟଣ୍ଟ ଦେଖାଇବା ସମୟରେ ଜଳ ପ୍ରାପତ ପାଣିରେ ବୁଡି ଯାଇ ପ୍ରାଣ ହରାଇ ଥିଲେ। ତେବେ ସଦର ମହକୁମା ଠାରୁ ମାତ୍ର ୨୬ କିମି ଦୂରରେ ଥିବା ଗୋଧସ ଜଳ ପ୍ରପାତକୁ ପଡୋଶୀ ଜିଲ୍ଲା ବରଗଡ଼, କଳାହାଣ୍ଡି, ବଲାଙ୍ଗୀର ତଥା ପଡୋଶୀ ଛତିଶଗଡ ରାଜ୍ୟରୁ ବର୍ଷ ତମାମ ଅନେକ ଲୋକ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆସିଥାନ୍ତି। କିନ୍ତୁ ଲୋଡ଼ର ବନଖଣ୍ଡଟି ସୁନାବେଡା ଅଭୟାରଣ୍ୟ ରେ ଅବସ୍ଥିତ ଓ ମାଓ ଅଧୁସ୍ଥିତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତଥା ପର୍ଯ୍ୟଟନ ବିଭାଗ ଠାରୁ ଅପହଞ୍ଚ ହୋଇ ରହିଯାଇଛି। ଜଳପ୍ରପାତ ଶୀର୍ଷରେ ତାର ବାଡ଼, ଜଳ ପ୍ରପାତ ପାଣିରେ ଓ.ଡି.ଆର.ଏ.ଏଫ. ଟିମ ଓ ସ୍ଥାନୀୟ ଗାଇଡ଼ ଉପଲବ୍ଧ କରାଇବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଘଟଣା ପରେ ଚର୍ଚ୍ଚା ଜୋର ଧରିଛି।

Omkar Vasthu
Omkar Vasthu

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.