ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ତିନିଦିନିଆ ଯୁବ ରେଡକ୍ରସ ତାଲିମ ଶିବିରର ଉଦଘାଟନୀ ସନ୍ଧ୍ୟାରେ ଏକ କବିତା ଆସର ଆୟୋଜିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଞ୍ଜୟ ଶତପଥୀ, ବିଶିଷ୍ଟ କବି ଅଖିଳ ନାୟକ, କବି ରାଜେଶ ମୁଣ୍ଡ, ଇଂରାଜୀ ବିଭାଗ ମୁଖ୍ୟ ଜୟଦେବ ସାହୁ, ଅଧ୍ୟାପକ ସଂଜୀବ ସାହୁ, ଅଧ୍ୟାପକ ଶାନ୍ତନୁ ପରିଡ଼ା, କବି ପରମେଶ୍ୱର ମୁଣ୍ଡ ପ୍ରମୁଖ ମଂଚାସୀନ ଥିଲେ।
ସଭା ସଞ୍ଚାଳନ ଓ ଧନ୍ୟବାଦ ଜ୍ଞାପନ କରିଥିଲେ କବି ପରମେଶ୍ବର ମୁଣ୍ଡ। କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା ଓ କବି ରିଙ୍କି ପଧାନ। ଏଥିରେ କବି ସୁଧୀର କୁମାର ଧଙ୍ଗଡ଼ାମାଝୀ, ପଞ୍ଚାନନ ଜାଲ, ପୂଣ୍ୟଦୀପା ଖମାରୀ, ଅପର୍ଣ୍ଣା ସାହୁ, ଶ୍ରାବଣୀ ବାନାର୍ଜୀ, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଖୁସବୁ ଅଗ୍ରୱାଲ, ତନୁଜା ସାହୁ, ଯଶୋବନ୍ତ ସିଂ ନାୟକ, ଭାର୍ଗବୀ ମାଝୀ, ଘନଶ୍ୟାମ ସାହୁ, ସମୀର ମହାପାତ୍ର, ପ୍ରବୀର ଦାସ, ରାଜେଶ ଦାଶ ପ୍ରମୁଖ କବିତା ପାଠ କରିଥିଲେ।