ରୁପ୍ରାରୋଡ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଓ ମାତୃଭାରତୀ ଗଠନ

କଳାହାଣ୍ଡି,୧୪/୧୧:

Omkar Vasthu
Omkar Vasthu

ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ସରସ୍ୱତୀ ଶିଶୁ ମନ୍ଦିର ଠାରେ ନୂତନ ପରିଚାଳନା କମିଟି କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ମାତୃ ସମ୍ମିଳନୀ ଓ ମାତୃଭାରତୀ ଗଠନ ହୋଇଯାଇଛି। ଏଥିରେ କେସିଙ୍ଗା ସଂକୁଳ ସଂଯୋଜକ ତଥା ନର୍ଲା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ କିଶୋର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାତୃ ଭାରତୀର ଗଠନ,ଉଦ୍ଦେଶ୍ୟ ଉପରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ମାତୃ ଭାରତୀରେ ସଭାନେତ୍ରୀ ନମିତା ସାହୁ,ଉପସଭାନେତ୍ରୀ ପ୍ରଭାସିନୀ ସାହୁ, ସମ୍ପାଦିକା ବାସନ୍ତି ତ୍ରିପାଠୀ, ଯୁଗ୍ମ ସଂପାଦିକା ବିନୋଦିନୀ ଜେନା, କୋଷାଧ୍ୟକ୍ଷ ରୂପେ ବବିତା ପଟ୍ଟନାୟକ ସର୍ବ ସମ୍ମତି କ୍ରମେ ମନୋନିତ ହୋଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଏଥିରେ ପ୍ରଚାର ପ୍ରସାର ପାଇଁ କାନ୍ତା ମାଝୀ , ପରିଚାଳନା ସଂଯୋଜିକା ରୂପେ ଚଞ୍ଚଳା ସାହୁ ଓ ସହ ସଂଯୋଜିକାରେ ସସ୍ମିତା ପୁଟେଲ ସ୍ଥାନ ପାଇଛନ୍ତି। ବିଦ୍ୟାଳୟ ନୃତନ ପରିଚାଳନା କମିଟିର ସଭାପତି କ୍ଷୀରୋଦ ଚନ୍ଦ୍ର ପାତ୍ର, କୁମୁଦ ଚନ୍ଦ୍ର ନାଏକ, ଅଶୋକ କୁମାରଭୋଇ, ଚଞ୍ଚଳା ସାହୁ, ଫୁଲମଜା ବାଗଙ୍କୁ ନୃତନ ପରିଚାଳନା କମିଟିରେ ସ୍ଥାନ ଦିଆଯାଇଥିବାରୁ ମାତୃ ସମ୍ମିଳନୀର ସମସ୍ତ ଅଭିଭାବିକା ଭବ୍ୟ ସମର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ସମ୍ମିଳନୀରେ ସ୍ଥାନୀୟ ଶିଶୁ ମନ୍ଦିରକୁ ଆଗେଇ ନେବାରେ ଅଭିଭାବିକାମାନେ ମତ ଉପସ୍ଥାପନା କରି ଆଗାମୀ ଦିନରେ ଏକ ବଳିଷ୍ଠ ଶିଶୁ ମନ୍ଦିର ନିର୍ମାଣରେ ସହଯୋଗ ମତ ଦେଇଥିଲେ। କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ ସ୍ୱ।ଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ କୈଳାସ ପଧାନ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଧନ୍ୟବାଦ ପ୍ରଦାନ କରିଥିଲେ ପବିତ୍ରମୋହନ ଛୁରୀଆ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.