ନର୍ଲା ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ପୂର୍ଣ୍ଣାହୁତି ହୋମ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ୯ ଦିନ ଧରି ଚାଲିଥିବା ନର୍ଲାରୋଡ ଦୁର୍ଗାପୂଜାର ଆଜି ଅନ୍ତିମ ଦିବସ। ବର୍ତ୍ତମାନ ପୂଜା କର୍ତ୍ତା ଜହରଲାଲ ବିଶ୍ବାଳ ଦମ୍ପତି ହୋମରେ ବସିଥିବା ବେଳେ ପଣ୍ଡିତ ରମେଶ ଚନ୍ଦ୍ର ମିଶ୍ର ଓ ସନ୍ତୋଷ କୁମାର ରଥଙ୍କ ଦ୍ଵାରା ଚାଲିଛି ପୂର୍ଣ୍ଣାହୁତି ହୋମ। ଏହା ଦିବା ୧୧ ଟାରୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୨ ଟାରେ ସମାପ୍ତ ହେବ ବୋଲି ନର୍ଲାରୋଡ ଦୁର୍ଗାପୂଜା କମିଟି ସଭାପତି ହମେଶ ଜୈନ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଆଜି ସକାଳୁ ମା’ଙ୍କର ଆରତୀ, ସୂର୍ଯ୍ୟ ନାରାୟଣ ପୂଜା, ଦ୍ବାର ପୂଜା, ମହାନବମୀ ପୂଜା ଆଦି ରୀତିନୀତି ସଂପନ୍ନ ହୋଇଥିଲା।

Omkar Vasthu
Omkar Vasthu


ନର୍ଲାରୋଡ ଦୁର୍ଗାପୂଜା କମିଟି ଉପସଭାପତି ବିମଳ କୁମାର କେଡିଆ, ସଂପାଦକ ଅମର ରାଉତ, କୋଷାଧ୍ୟକ୍ଷ ରାଜା ପରିଡ଼ାଙ୍କ ସମେତ ପୂଜା କମିଟିର ବରିଷ୍ଠ ସଦସ୍ୟ ରାଜିନ ସାହୁ, ବାବୁଲା ରାଉତ, ଉପଦେଷ୍ଟା ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଲିଙ୍ଗରାଜ ମିଶ୍ର, ଟୁଲୁ ଓଝା, ଓମ୍ ପୁଝାରୀ, ମନୋଜ ଅଗ୍ରୱାଲ, ସର୍ଗିଗୁଡା ସରପଞ୍ଚ ନରସିଂହ କୁମାରଙ୍କ ସମେତ ବିନାୟକ ସିଂ, ରାଜେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସେହିପରି ଭାବେ ନର୍ଲା ଦୁର୍ଗାପୂଜା ର ପୂର୍ଣ୍ଣାହୁତି ହୋମ ୧୦.୩୦ ରେ ଆରମ୍ଭ ହୋଇଛି। ଏଥିରେ କର୍ତ୍ ସୁନୀଲ ଚାନ୍ଦ ସହଧାର୍ମିଣୀ ନିବେଦିତା ଚାନ୍ଦ ହୋମରେ ଉପବେଶନ କରିଥିବାବେଳେ ପୂଜକମାନଙ୍କ ଦ୍ବାରା ପୂର୍ଣ୍ଣାହୁତି ହୋମ ଚାଲିଛି। ଏଥିରେ ନର୍ଲା ଦୁର୍ଗାପୂଜା କମିଟି ସଭାପତି ଚିରଞ୍ଜିବୀ ଗୌଡ଼ିଆ, ସମ୍ପାଦକ ପ୍ରିୟବ୍ରତ ଚାନ୍ଦ (କୁଲୁ), କୋଷାଧ୍ୟକ୍ଷ ଟିମ୍ପୁ ପୁଝରୀ, ସଦସ୍ୟ ପ୍ରଦୀପ ହଂସ (ବଡ), ପୂର୍ଣ୍ଣ ପୁଝରୀ, କିଶୋର ମାଝୀ, ରୋହିତ ମାଝୀ ପ୍ରମୁଖ ସହଯୋଗ କରୁଛନ୍ତି।

ରୁପ୍ରାରୋଡ ଦୁର୍ଗାପୂଜା ମଣ୍ଡପରେ ପୂର୍ଣ୍ଣାହୁତି ହୋମ ୧୦ଟାରୁ ଆରମ୍ଭ ହୋଇ ସମାପ୍ତ ହୋଇଯାଇଛି। ଏଥିରେ କର୍ତ୍ତା ଅଜିତ କୁମାର ଅଗ୍ରୱାଲ (ଛୋଟୁ) ହୋମରେ ବସିଥିବାବେଳେ ପୂଜକ ସୁରେନ୍ଦ୍ର ନାଥ ଶର୍ମା ପୂର୍ଣ୍ଣାହୁତି ହୋମ ସମାପନ କରିଥିଲେ। ରୁପ୍ରାରୋଡ ଦୁର୍ଗାପୂଜା କମିଟି ସଭାପତି ମୋହନ ଲାଲ କମ୍ପାନୀଙ୍କ ସମେତ ସମ୍ପାଦକ ରତନ ଲାଲ ଅଗ୍ରୱାଲ, ଦୀନରାଜ ଅଗ୍ରୱାଲ, ମନୋଜ ମହାନ୍ତି, ଅମିତ ଶର୍ମା, ଦୁର୍ଗା ପ୍ରସାଦ ମହାନ୍ତି (ମୁନ୍ନା), ଅଶୋକ କମାନୀ, ଧୀରେନ୍ଦ୍ର ଖେତାନ, ଗଣେଶ ରାମ ଖେତାନ, ଆନନ୍ଦ ଅଗ୍ରୱାଲ, ନିରଜ ଶର୍ମା, ଧିରେନ୍ଦ୍ର ଖେତାନ, କୈଳାଶ ଅଗ୍ରୱାଲ, ପୁଷ୍ପକ ମହାନ୍ତି, ବିଜୟ ଅଗ୍ରୱାଲ ପ୍ରମୁଖଙ୍କ ସହ ରୁପ୍ରାରୋଡବାସୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.