ଲାଞ୍ଜିଗଡ଼ରେ ହାତୀ ସାଜିଛନ୍ତି କାଳ, ଜନ ଜୀବନ ସହ ଚାଲିଛି ଖେଳ

● ପୁଣି ଘର ଭାଙ୍ଗି ଫସଲ ନଷ୍ଟ କଲେ ହାତୀପଲ, ଜଣେ ମହିଳା ଗୁରୁତର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକରେ ଦିନକୁଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ବଣୁଆ ହାତୀଙ୍କ ଉପସ୍ଥିତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ବିଶ୍ଵନାଥପୁର ବନାଞ୍ଚଳ ଅଧିନସ୍ଥ ଲାଞ୍ଜି ପଞ୍ଚାୟତର ଜାମଚୁଆଁ ଗାଁରେ ଦେଖିବାକୁ ମିଳିଛି ଜଙ୍ଗଲି ହାତୀଙ୍କ ଉପଦ୍ରବ। ହାତୀପଲ ଗାଁର ରାଜେନ୍ଦ୍ର ନାୟକଙ୍କ ଘର ଭାଙ୍ଗିଦେଇଥିବା ବେଳେ ତାଙ୍କର ବୋହୁ ବର୍ତିକା ନାଏକ ହାତୀଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରକୁ ସ୍ଥାନାନ୍ତର କରାଯାଇଛି।

Omkar Vasthu
Omkar Vasthu


ସେହିପରି ଜମଚୁଆଁ ଗାଁର ବନମାଳୀ ମାଝୀ, ମହେଶ୍ୱର ମାଝୀ, କାର୍ତ୍ତିକ ମାଝୀ, ଧତାଞ୍ଜୁ ମାଝୀ, ଗଦରା ମାଝୀ ରାଶୁ ମାଝୀଙ୍କ ଧାନ ଫସଲ ନଷ୍ଟ କରି ଦେଇଥିବା ବେଳେ ଗାଁର ଦୁର୍ଯ୍ୟୋ ମାଝୀଙ୍କ ପାଇଖାନା ଭାଙ୍ଗି ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ବ୍ଲକରେ ବିଗତ ଦିନ ମାନଙ୍କରେ ହାତୀ ଆକ୍ରମଣରେ ଅନେକ ଧନ ଜୀବନ ହାନୀ ହୋଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ହାତୀପଲ ମଝିରେ ମଝିରେ ଜନବସତି ମଧ୍ୟକୁ ଧସେଇ ପସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ତେଣୁ ଏଥିପ୍ରତି ବନବିଭାଗ ଅଧିକ ସଜାଗ ରହିବାପାଇଁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବନବିଭାଗ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ ସହିତ କ୍ଷତିପୂରଣ ପୁରଣ ପ୍ରଦାନ ପାଇଁ ଜାମଚୁଆଁ ଗାଁର କ୍ଷତିଗ୍ରସ୍ତ ଲୋକେ ଦାବି କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.