ଡିଏଲଏସଏ ରାୟଗଡା ଦ୍ୱାରା ବିଶ୍ୱ ଛାତ୍ର ଦିବସ ପାଳିତ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)ଦ୍ୱାରା ଶୁକ୍ରବାର ଦିନ ଅନଲାଇନ ମାଧ୍ୟମରେ ବିଶ୍ୱ ଛାତ୍ର ଦିବସ ପାଳିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣ ସଂପାଦକ ମନୋରଂଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରାଧିକରଣ ସଂପାଦକ ଶ୍ରୀ ମିଶ୍ର ନିଜର ବକ୍ତବ୍ୟରେ ପୂର୍ବତନ ଲୋକପ୍ରିୟ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ଜୀବନୀ ସଂପର୍କରେ ଆଲୋକପାତ କରି ବିଜୟା ଦଶମୀରେ ଏକ ସୁଦୃଢ, ସଶକ୍ତ ଭାରତବର୍ଷ ଗଢି ତୋଳିବାର ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତପଥି ନିଜର ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଅବଦୁଲ କଲାମଙ୍କ ଅଗ୍ନିର ଡେଣା ବହିଟିକୁ ପଢିବାକୁ ପରାମର୍ଶ ଦେବା ସହ ଆଜିର ଦିବସ ପାଳନର ଯର୍ଥାର୍ଥତା ଉପରେ ଆଲୋକପାତ କରିଥିଲେ । ସର୍ବୋପତି ଏହି କାର୍ଯ୍ୟକ୍ରମରେ ସେଂଟ ଜାଭିଅର ହାଇସ୍କୁଲ, ସେକ୍ରେଡ୍ ହାର୍ଟ ହାଇସ୍କୁଲ ଏବଂ ଆର.ଏସ.ଇ.ଡବ୍ଳ୍ୟୁ.ସି ହାଇସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.