କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲାର ସମାଜସେବୀ ତଥା ବିଶିଷ୍ଟ କବି ମୋହନ ଭଟ୍ଟଙ୍କୁ ଡ. ଏପିଜେ ଅବଦୁଲ କଲାମ ଏକସେଲେନସ ଏୱାର୍ଡ ମିଳିଛି । ଏନେଇ ନର୍ଲା ଅଞ୍ଚଳରେ ଖୁସିର ଲହର ଖେଳିଯାଇଥିବା ଦେଖିବାକୁ ମିଳିଛି । ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ “କଳିଙ୍ଗ ଏଜୁକେସନାଲ ଏଣ୍ଡ ସୋସିଆଲ ୱେଲଫେଆର ଟ୍ରଷ୍ଟ” ଭୂବନେଶ୍ୱର ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର , “ଓଡିଶୀ ଗବେଶଣା କେନ୍ଦ୍ର” ଜାଭିୟର ଛକ ଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଡ. ଏପିଜେ ଅବଦୁଲ କଲାମଙ୍କ ୯୦ ତମ ଜନ୍ମ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମାନ୍ୟବର ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।
ନର୍ଲାର ଜଣେ ସୁନାମଧନ୍ୟ ଲେଖକ, କବି ତଥା ସମାଜସେବୀ ମୋହନ ଭଟ୍ଟଙ୍କୁ ସମାଜ ପାଇଁ ତାଙ୍କର ଅତୁଳନୀୟ ଅବଦାନ, କବିତା ମାଧ୍ୟମରେ ଜନସଚେତନତା ସୃଷ୍ଟି, ନର୍ଲା ସଂସ୍କାର ଭାରତୀର ସମ୍ପାଦକ, ନର୍ଲା ସାହିତ୍ୟ ମନ୍ଦିରର ଉପସଭାପତି, ଲୋକ ଜନଶକ୍ତି ପାର୍ଟି ନର୍ଲାର ସଭାପତି, କଳାହାଣ୍ଡି ପରିବହନ ସେବାର ସଭାପତି ଓ ରାଜ୍ୟ ପରିବହନ ସେବାର ସଦସ୍ୟ ରହି ଆସିଥିବା ଶ୍ରୀ ଭଟ୍ଟ ବିବେକାନନ୍ଦ ସେବା ସଙ୍ଗଠନ, ଭବାନୀପାଟଣା ଜରିଆରେ ବିଭିନ୍ନ ଅନୁଷ୍ଠାନ, ରାସ୍ତା ପାର୍ଶ୍ୱ ପ୍ରଭୃତି ସ୍ଥାନରେ ବୃକ୍ଷରୋପଣ କରି ଅଞ୍ଚଳ ପାଇଁ ଉଦାହରଣ ସାଜିଛନ୍ତି । ଉଚ୍ଚ କୋଟିର, ସମାଜ ମଙ୍ଗଳକାରୀ ଓ ଯୁଗପଯୋଗୀ କବିତା ରଚନା ଓ ସମାଜ ସେବା ସେବା କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ “କଳିଙ୍ଗ ଏଜୁକେସନାଲ ଏଣ୍ଡ ସୋସିଆଲ ୱେଲଫେଆର ଟ୍ରଷ୍ଟ” ଭୁବନେଶ୍ୱର ତରଫରୁ ଡ.ଏପିଜେ ଅବଦୁଲ କଲାମଙ୍କ ୯୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକସେଲେନ୍ସ ଏୱାର୍ଡ-୨୦୨୧ ପ୍ରଦାନ କରାଯାଇଛି । ନିଜର କର୍ମମୟ ଜୀବନରେ ସମାଜରେ ରହିଆସିଥିବା ଦୀନ, ଦୁଃଖି ମାନଙ୍କ ପାଇଁ କିଛି କରିପାରିଲେ ମୁଁ ନିଜକୁ ଧନ୍ୟ ମନେ କରିବି । ମୁଁ ନିମିତ୍ତ ମାତ୍ର ସବୁ ପ୍ରଭୁଙ୍କ ଇଚ୍ଛା ଓ ଆଶିଷ ବୋଲି ତାଙ୍କ ପ୍ରତିକ୍ରୀୟାରେ ସମାଜସେବୀ ଶ୍ରୀ ଭଟ୍ଟ ମତବ୍ୟକ୍ତ କରିଛନ୍ତି ।