ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: ୧୦ ଦିନ ପରେ ମଧ୍ୟ ସୂରାଗ ପାଉନି ପୋଲିସ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀରେ କଂଗ୍ରେସ ଓ ବିଜେପିର ଧାରଣା

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ମହାଳିଙ୍ଗ ଗ୍ରାମରେ ଥିବା ସନ୍ ସାଇନ୍ ପବ୍ଲିକ୍ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେର ନିଖୋଜ ହେବାର ଇତି ମଧ୍ୟରେ ୧୦ ଦିନ ବିତିଯାଇଥିଲ ମଧ୍ୟ ନିଖୋଜ ନେଇ କୌଣସି ସୂରାଗ ପାଇ ପରୁନି ପୋଲିସ ।ଅପରପକ୍ଷରେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରି କେଗାଁ ଥାନା ସମ୍ମୁଖରେ ଧାରଣ ଦେଇଛନ୍ତି କଂଗ୍ରେସ ଓ ବିଜେପି ଦଳ । ସୂଚନାମତେ ମମିତା ମେହେରଙ୍କ ଘର ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଝରଣୀ ଗାଁରେ । ଗତ ଅକ୍ଟୋବର ୮ ତାରିଖ ଦିନ ସ୍କୁଲରେ ମିଟିଙ୍ଗ ଅଛି କହି ସ୍କୁଲ ମାଲିକ ଗୋବିନ୍ଦ ସାହୁ ତାଙ୍କୁ ଡକାଇଥିଲେ କିନ୍ତୁ ମମିତା ଆଉ ଘରକୁ ଫେରି ନଥିବାରୁ ମମିତାଙ୍କ ନିଖୋଜ ନେଇ ପରିବାର ଲୋକେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ । ସିନ୍ଧେକେଲା ପୋଲିସ ଅଭିଯୋଗକୁ ଭିକ୍ତି କରି ୧୩ ତାରିଖ ଦିନ କେସ ନମ୍ବର ୯୭/୨୧ ରେ ଏକ ମାମଲା ରୁଜୁ କରି କେଗାଁ ପୋଲିସର ସହଯୋଗରେ ତଦନ୍ତ ଆରମ୍ଭ କରି ପ୍ରଥମେ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ତାଙ୍କ ବ୍ୟବହୃତ କାରକୁ ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରି କାରକୁ ମଧ୍ୟ ଉଠାଇ ନେଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଘଟଣାକୁ ୧୦ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଉକ୍ତ ଘଟଣାର ସୂରାଗ ପାଉନଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରି ଗତ ୧୫ ତାରିଖ ଦିନ ଗୋଲାମୁଣ୍ଡା ବ୍ଲକ କଂଗ୍ରେସ କେଗାଁ ଥାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ ଆଜି ବିଜେପି କେଗାଁ ମଣ୍ଡଳ ତରଫରୁ ଉକ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସାଙ୍ଗକୁ ପରିବାରକୁ ଉଚିତ ନ୍ୟାୟ ଓ ଦୋଷୀକୁ ଦଣ୍ଡ ଦାବୀରେ ଧାରଣା ଦିଆଯାଇଥିଲା । ମଣ୍ଡଳ ସଭାପତି ଦୁରଦାକ୍ଷ ପୁଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଧାରଣାରେ ରାଜ୍ୟ କାର୍ଯ୍ୟାରିଣୀ ସଦସ୍ୟ ମନୋଜ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶର୍ମିଷ୍ଠା ମେହେର,ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ, କାଳି ପ୍ରସାଦ ରାୟଗୁରୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ଦୀପଜ୍ୟୋତି ମୁଣ୍ଡ, ଜୁନାଗଡ ବ୍ଲକ ଉପାଧ୍ୟକ୍ଷ ଟଙ୍କଧର ନାଏକ, ଜିଲ୍ଲା କାର୍ଯ୍ୟକାରୀଣୀ ସଦସ୍ୟ ପୃଥିରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଧାରଣରେ ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ବର୍ଷିଥିବା ବେଳେ ବିଜେଡି ସରକାର ସମୟରେ ନାରି ସୁରକ୍ଷିତ ନୁହନ୍ତି କହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.