ବେଦାନ୍ତ କମ୍ପାନୀର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଫେରାଦ ହେଲା ଆଞ୍ଚଳିକ ବିକାଶ ପରିଷଦ

● ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା

● ପାରିପାର୍ଶ୍ବିକ ଅଞ୍ଚଳରେ ଉନ୍ନୟନ କାମ ବାଟବଣା

● ଶ୍ରମିକ ବଦଳରେ ମେସିନ କରୁଛି କାମ

ଲାଞ୍ଜିଗଡ଼: ବେଦାନ୍ତ କାରଖାନା ଲାଞ୍ଜିଗଡ଼ରେ ସ୍ଥାପନ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ପାରିପାର୍ଶ୍ବିକ ଅଞ୍ଚଳରେ କାଣିଚାଏ ବିକାଶ ହୋଇ ପାରିନାହିଁ। ବେଦାନ୍ତ କାରଖାନାର ବିଷାକ୍ତ ଗୁଣ୍ଡ ଯୋଗୁ ପାରିପାର୍ଶ୍ବିକ ଗ୍ରାମବାସୀମାନେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରେଡ୍ ମଡ୍ ପଣ୍ଡ ଏବଂ ପ୍ରଦୂଷଣ ଯୋଗୁଁ ଅନେକ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି। ଲାଞ୍ଜିଗଡ଼ ମାଟିରେ କୋଟି କୋଟି ଟଙ୍କାର ବେଦାନ୍ତ କମ୍ପାନୀ ଥିବାବେଳେ ଏହି ଅଞ୍ଚଳର ଯୁବକ ଏଥିରେ ନିଯୁକ୍ତି ନପାଇ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛି। ଯେତେ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନାହିଁ ବେଦାନ୍ତ କର୍ତ୍ତୃପକ୍ଷ। କେବଳ ନିଜ ମାନମୁଖୀରେ କାମ କରିଚାଲିଛି ବେଦାନ୍ତ କମ୍ପାନୀ। ବେଦାନ୍ତ କମ୍ପାନୀର ମାନମୁଖୀ କାର୍ଯ୍ୟକୁ ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ଆଞ୍ଚଳିକ ବିକାଶ ପରିଷଦର କାର୍ଯ୍ୟକର୍ତ୍ତାମାନେ ବେଦାନ୍ତ କମ୍ପାନୀର ମନମୁଖୀ କାର୍ଯ୍ୟ ଓ ପାରିପାର୍ଶ୍ବିକ ଅଞ୍ଚଳର ବିକାଶକୁ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି।

Omkar Vasthu
Omkar Vasthu


ବେଦାନ୍ତ ପକ୍ଷରୁ ସ୍ଥାନୀୟ ବେକାରୀ ଯୁବତ ଯୁବତୀମାନଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ କମ୍ପାନୀରେ ସିଧାସଳଖ ନିଯୁକ୍ତି ପ୍ରଦାନ କରାଯାଉ। କର୍ମ ନିଯୁକ୍ତି ଦେବା ବଦଳରେ କମ୍ପାନୀ ପକ୍ଷରୁ ଯାନ୍ତ୍ରିକ ମାଧ୍ୟମରେ ବକ୍ସାଇଟ ଲୋଡ଼ିଂ ଓ ଅନଲୋଡ଼ କରିବା ଫଳରେ ପରିବହନ କରିବା କାର୍ଯ୍ୟରେ ନିୟୋଜିତ ଗାଡି ସହିତ ସମ୍ପୃକ୍ତ ୩୦୦୦ ରୁ ଉର୍ଧ୍ଵ ପରିବାର କର୍ମ ନିଯୁକ୍ତି ଶ୍ରମିକ ମାନେ କାମ ଅଭାବ ଯୋଗୁଁ ସମସ୍ୟାରେ ଗତି କରୁଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ କରାଯାଉ। ନୂତନ ଜମି ଅଧିଗ୍ରହଣ ଆଇନ ୨୦୧୩ ଅନୁଯାଇ ଜମି ହରାଇଥିବା ପରିବାରକୁ ଥଇଥାନ ସୁବିଧା ଯୋଗାଇ ଦିଆଯାଉ। ବାନ୍ଧଗୁଡା, କପାଗୁଡା, ବସନ୍ତପଡ଼ା, କିନାରୀ, ଛତ୍ରପୁର, ବାଣ୍ଡେଲ, କେନ୍ଦୁଗୁଡା, ସିନ୍ଧିବାହାଲ ଓ ଜଗନ୍ନାଥପୁର ପ୍ରଭୁତି ଗାଁକୁ ବିସ୍ଥାପିତ କରାଯାଉ। ଏହି ଅଞ୍ଚଳରେ ରେଡମଡ଼ ପଣ୍ଡରୁ ରାସାୟନିକ ପାଣି ନିର୍ଗତ ହେବା ଯୋଗୁଁ ନଦୀ ନାଳ ପାଣିରେ ମିଶି ଜନସ୍ୱାସ୍ଥ୍ୟ ଓ ପ୍ରାଣୀ ଜନସ୍ୱାସ୍ଥ୍ୟ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି। ଏହିଭଳି ବିଭିନ୍ନ ସମସ୍ୟା ନେଇ ଆଜି ଆଞ୍ଚଳିକ ବିକାଶ ପରିଶଦ ସଭାପତି ଶ୍ରୀଧର ପେସନିଆଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାପାଳ ଡ଼ଃ ଗଭାଳି ପରାଗ ହର୍ଷଦଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna


ଯଦି ଏସବୁ ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଦାନା ବାନ୍ଧିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ସମୟରେ ଉପସଭାପତି କ୍ଷୀରବ୍ଧି ସାହୁ, ଆୟୁବ ଖାନ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ପୂର୍ବ ବିଧୟକ ଶିବାଜୀ ମାଝୀ, ଲାଞ୍ଜିଗଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଳ, ଚନ୍ଦ୍ରପେସନିଆ, ଚନ୍ଦ୍ର ବେହେରା, ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ବଟକୃଷ୍ଣ ପୁଷ୍ଟି, କାମରାଜ ଧଳ ବେହେରା, ଚାଂଚେର ମାଝୀ, ବାଟା ରଣା ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.