ଆଜିଠୁଁ ଚାଲିଲା ନର୍ଲା ଗଜଲକ୍ଷ୍ମୀ ପୂଜା, ଶୁକ୍ରବାର ପୂର୍ଣ୍ଣାହୂତି

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ବଣିକ ସଂଘର ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ମଧ୍ୟରେ ନର୍ଲା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହେଉଛି। ଲକ୍ଷ୍ମୀପୂଜା ନିମନ୍ତେ ଗତ ମଙ୍ଗଳବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜି (ବୁଧବାର) ସକାଳ ୭ ଘଣ୍ଟାରୁ ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ନର୍ଲା ବଣିକ ସଂଘ ସଭାପତି ଅଜୟ କୁମାର ପଣ୍ଡା ଓ ସଂପାଦକ ପ୍ରୀତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପୂଜା ଆୟୋଜିତ ହେଉଥିବା ବେଳେ ବଣିକ ସଂଘ ନର୍ଲାର ପୂର୍ବତନ ସମ୍ପାଦକ ନିକୁଞ୍ଜ ଦତ୍ତା, ସଦସ୍ୟ ମଣ୍ଟୁ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ମନୋଜ ମହାପାତ୍ର, ଶୁଭମ ଅଗ୍ରୱାଲ, ଦେବାଶିଷ ପଟ୍ଟନାୟକ, ଶୁଭମ ଜୈନ, ବିଜୟ ଅଗ୍ରୱାଲ, ଗଲୁ ଅଗ୍ରୱାଲ, ଟିଟୁ ଚାନ୍ଦ୍, ସୁରେଶ ଅଗ୍ରୱାଲା ପ୍ରମୁଖ ଦାଇତ୍ୱରେ ରହି ପୂଜା ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି।

Omkar Vasthu
Omkar Vasthu


ଚଲିତ ବର୍ଷ ମଧ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ବଣିକ ସଂଘ ନର୍ଲାର ଗଜଲକ୍ଷ୍ମୀ ପୂଜା ଚାଲୁଥିବାରୁ ମଣ୍ଡପରେ ମଧ୍ୟ କର୍ତ୍ତା ଦମ୍ପତି ସମେତ ପାଞ୍ଚଜଣ ରହି ପୂଜନ କାର୍ଯ୍ୟ ସମ୍ପାଦନା କରୁଛନ୍ତି। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ଅର୍ଜୁନ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ କନକଲତା ସାହୁ ପୂଜନ କାର୍ଯ୍ୟ ନିର୍ବାହନ କରୁଥିବା ବେଳେ ବ୍ରହ୍ମା ପୂଜକ ପଣ୍ଡିତ ଭାବରେ ଜନାର୍ଦ୍ଦନ ପାଢୀ ଓ ଲମ୍ବୋଦର ପାଢୀ ଲକ୍ଷ୍ମୀ ପୂଜନ ପରିଚାଳନା କରୁଛନ୍ତି। ଆସନ୍ତା କାଲି ଗୁରୁବାର ପର୍ଯ୍ୟନ୍ତ ପୂଜା ଚାଲିବ ଏବଂ ଶୁକ୍ରବାର ସକାଳ ୭ ଘଣ୍ଟା ସମୟରେ ପୂର୍ଣ୍ଣାହୂତି ପଡିବ ବୋଲି ପୂଜା କମିଟି ସୂତ୍ରରୁ ଜଣାପଡିଛି। ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଆଇଆଇସି ରେଣୁକା ସୁନା, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ ପ୍ରମୁଖ ଏବଂ ନର୍ଲା ଅଞ୍ଚଳବାସୀ ବଣିକ ସଂଘର ଉତ୍ତୋରତର ଉନ୍ନତି କାମନା କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.