ଶ୍ରୀକୃଷ୍ଣଙ୍କ ପରି ଯୋଗ୍ୟ ସ୍ବାମୀ ପାଇବା ପାଇଁ ଜହ୍ନି ଓଷା ପାଳନ କଲେ କୁମାରୀ କନ୍ୟା

● କୁମାରୋତ୍ସବ ପାଇଁ ଉତ୍ସବ ମୁଖର ପୁରପଲ୍ଲୀ

ଲାଞ୍ଜିଗଡ଼: ଆଜି କୁଆଁର ପୁନେଇଁ। କୁମାରୀ କନ୍ୟା ମାନଙ୍କ ପାଇଁ ଏକ ଖୁସିର ଦିନ। ଆଜି ଆକାଶରେ ଶୋଭା ପାଉଛି ପୂର୍ଣ୍ଣ ଚନ୍ଦ୍ର। ଅଶ୍ବିନ ପୂର୍ଣ୍ଣମୀର ଚାନ୍ଦ ଅନ୍ୟ ମାସର ଜହ୍ନ ଠାରୁ ଟିକେ ନିଆରା। ପୁରା ସଫା। ଏହି ଦିନ ସହ ଯୋଡି ହୋଇ ରହିଛି ଆମର ଧାର୍ମିକ ଓ ଆଧ୍ୟାତ୍ମିକ ପରମ୍ପରା। ଏହି ଦିନ ଆକାଶର ପୂର୍ଣ୍ଣ ଚାନ୍ଦକୁ ଅନାଇ ଶ୍ରୀକୃଷ୍ଣଙ୍କ ପରି ସୁନ୍ଦର ଓ ସର୍ବଗୁଣ ସଂପନ୍ନ ବର କାମନା କରିଥାନ୍ତି କୁମାରୀମାନେ। ଏଥିପାଇଁ ଏକ ଓଷା ପାଳନ କରାଯାଏ। ଯାହାର ନାମ ‘ଜହ୍ନି ଓଷା’। ଏହା ଓଡିଶାର ନିଜସ୍ବ ପର୍ବ। ଏହି ଓଷା ଓଡ଼ିଶାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହ ସଂପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କିଡିଙ୍ଗ ଗାଁରେ ମଧ୍ୟ ପାର୍ବଣର ମାହୋଲ ସୃଷ୍ଟି ହୋଇଥିଲା। କିଡିଙ୍ଗ ଗାଁର ବିଭିନ୍ନ ପଡ଼ାରେ କୁଆଁରୀ ମାନେ ପାଳନ କରିଥିଲେ ଜହ୍ନି ଓଷା। ସୁନ୍ଦର ବର ପାଇବା ଓ ପରିବାରର ମଙ୍ଗଳ କାମନା କରି ମାଁ ବୃନ୍ଦାବତୀଙ୍କ ନିକଟରେ କୁମାରୀମାନେ ଏହି ପୂଜା କରିଥିଲେ। ଏହାସହ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଏହି ଓଷା ଆନନ୍ଦ ଉଲ୍ଲାସର ସହ ସଂପନ୍ନ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭାଦ୍ରବ ପୂର୍ଣ୍ଣିମା ଠାରୁ ଆଶ୍ଵିନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରିବାର ବିଧି ରହିଛି। ଏହା ଦ୍ବାରା କୁଆଁରୀ କନ୍ୟା ମାନଙ୍କୁ ଭଲ ବର ମିଳିଥାଏ ବୋଲି ବିଶ୍ବାସ ରହିଛି। ସେହିପରି ଭାଇ ଏବଂ ବାପାଙ୍କ ଦେହ ଭଲ ରହିବା ସହ ସେମାନଙ୍କର କୈାଣସି ଅସୁବିଧା ହୋଇନଥାଏ ଏହିଭଳି ଧାରଣା ରହିଥିବାରୁ କୁଆଁରୀ ମାନେ ଏହି ଓଷାକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି। ବ୍ରତ ପାଳନ ପାଇଁ ସ୍ବତନ୍ତ୍ର ନିୟମ ରହିଛି। ସେଗୁଡିକ ହେଲା ଏହାକୁ ପାଳନ କରୁଥିବା କୁଆଁରୀ ମାନେ ଏହି ମାସ ସାରା ଗୋଟାଏ ଓଳା ସାତ୍ବିକ ଭୋଜନ ଖାଇବେ। ମାସସାରା ଜହ୍ନି ଖାଇବେ ନାହିଁ। ଏପରିକି ଗଛରୁ ଜହ୍ନି ଫୁଲକୁ ତୋଳିବାକୁ ମନା ହୋଇଥାଏ। ଯଦିଓ ଏହି ପୂଜାରେ ଜହ୍ନିଫୁଲକୁ ମାଁ ବୃନ୍ଦାବତୀଙ୍କ ନିକଟରେ ସମର୍ପଣ କରିବାର ବିଧି ରହିଛି, ତେବେ ଏହି ଫୁଲ ଅନ୍ୟମାନେ ତୋଳି ଆଣି ଝିଅମାନଙ୍କୁ ଦେଇଥାନ୍ତି। ଆଉ କିଏ ଜହ୍ନି ପୁଲ ତୋଳି ଆଣିଲେ କୁମାରୀ କନ୍ୟାମାନେ ଏହାକୁ ଅର୍ପଣ କରିଥାନ୍ତି।

Udyog Nursery
Udyogi Nursery

ମାସସାରା କୁଆଁରୀମାନେ ସକାଳୁ ଉଠି ନିତ୍ୟକର୍ମ ସାରିବାପରେ ମାଁ ବୃନ୍ଦାବତୀଙ୍କୁ ସ୍ଥାପନ କରିଥିବା ସ୍ଥାନରେ ପହଞ୍ଚି ଜଳ ଅର୍ପଣ କରିବା ସହ ସକାଳ ପୂଜା କରିଥାନ୍ତି। ପରେ ସଂଧ୍ୟାରେ ବିଭିନ୍ନ ଗୀତ ଗାଇ ବିଧି ଅନୁସାରେ ପୂଜାର୍ଚ୍ଚନା କରିଥାନ୍ତି। ଦଶହରା ଠାରୁ କୁମାର ପୂର୍ଣ୍ଣିମା ଯାଏଁ ଏଥିରେ ଆଉ କିଛି ଅଧିକ ନିୟମ କରାଯାଇଥାଏ। ଏହାସହ ମାନସିକ ରଖି ନଡ଼ିଆ ବାନ୍ଧିଥାନ୍ତି। ଗାଁର ଝିଅମାନେ ଏଥିପାଇଁ ଗୋଟିଏ ସ୍ଥାନରେ ଏକତ୍ରିତ ହେବାକୁ ସ୍ଥିରକରି ସେଠାରେ ପ୍ରତିଦିନ ସକାଳୁ ଏବଂ ସଂଧ୍ୟାରେ ଏକାଠିହୋଇ ଏହି ବ୍ରତ ପାଳନ କରିଥାନ୍ତି। ମାଁଙ୍କୁ ନିଦ୍ରାରୁ ଉଠାଇବା ଠାରୁ ଆରମ୍ଭ କରି ରାତ୍ରି ବିଶ୍ରାମ ଦେବା ଯାଏଁ ଭିନ୍ନ ଭିନ୍ନ ଗୀତ ଗାଇ ବିଭିନ୍ନ କାର୍ଯ୍ୟକ୍ରମ ସମାପନ କରାଯାଏ। ଏଭଳି ନିୟମର ସହ ବ୍ରତ ପାଳନ କଲେ ମାନସିକ ପୂରଣ ହୁଏ। ରୁକ୍ମିଣୀ, ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ ଏହି ପୂଜା କରିବା ସହ ଚନ୍ଦ୍ରଙ୍କୁ ପୂଜା କରିବା ବିଶ୍ଵାସ ରହିଛି। ତେଣୁ ଶ୍ରୀକୃଷ୍ଣ ଭଳି ସ୍ବାମୀ ପାଇବା ପାଇଁ କୁଆଁରୀମାନେ ବୃନ୍ଦାବତୀଙ୍କ ସହ ଚନ୍ଦ୍ର ପୂଜା କରିଥାନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.