‘ଭଲ କବିତାର ଖୋଜ୍’ ପକ୍ଷରୁ ୭୫ତମ ଆସର ଅନୁଷ୍ଠିତ : ସ୍ଵରଚିତ କବିତା ପାଠ କଲେ ୯ କବି

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ସଂଚରଣଶୀଳତା ହିଁ କବିତାକୁ ଉତ୍ତୀର୍ଣ୍ଣ ପର୍ଯ୍ୟାୟକୁ ଘେନିଯାଏ। ଭଲ କବିତା କାହାକୁ କୁହାଯିବ ସେ ସମ୍ପର୍କରେ ବହୁବାର ଆଲୋଚନା ହୋଇଛି। ଇଲିଅଟ୍ ଙ୍କ କହିବା ଅନୁସାରେ ପ୍ରକୃତ କବିତା ସେଇଟି ଯାହାକୁ ବୁଝିବା ଆଗରୁ ସେ ସଂଚରି ଯାଇଥାଏ। ତେବେ ଭଲ କବିତାର ସଂଜ୍ଞା ବ୍ୟକ୍ତି ବିଶେଷରେ ବଦଳିଥାଏ ଏବଂ ଏହା ଆପେକ୍ଷିକ ଅଟେ ବୋଲି ଆଜି ସନ୍ଧ୍ୟାରେ ବାଲେଶ୍ଵର ସହର ସ୍ଥିତ ‘ସଂକେତ’ ଠାରେ ‘ଭଲ କବିତାର ଖୋଜ୍’ ପକ୍ଷରୁ ଏହାର ୭୫ତମ ଆସରରେ ଯୋଗ ଦେଇ କବି ଡକ୍ଟର ହରିଶ୍ଚନ୍ଦ୍ର ବେହେରା ମତ ବିନିମୟ କରିଛନ୍ତି। ପ୍ରାୟ ଅଠର ମାସରୁ ଅଧିକ କାଳ ଭଲ କବିତାର ଖୋଜ୍ ପକ୍ଷରୁ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଆଜି ଏହାକୁ ଆରମ୍ଭ କରାଯାଇଛି। ଆଜିର ଏହି ଆସରରେ ୯ ଜଣ କବି ଆମନ୍ତ୍ରିତ ହୋଇ ସ୍ଵରଚିତ କବିତା ପଢିବା ସହ ଶେଷରେ ପଠିତ କବିତାଗୁଡିକୁ ବିଶ୍ଳେଷଣ କରାଯାଇଥିଲା।

Omkar Vasthu
Omkar Vasthu

ପ୍ରଥମେ ‘ଭଲ କବିତାର ଖୋଜ’ର ଅନ୍ୟତମ ଆବାହକ କୃଷ୍ଣ କୁମାର ମହାନ୍ତି ଆଭିମୁଖ୍ୟ ଏବଂ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ଆବାହକ ଶ୍ରୀଦେବ କାର୍ଯ୍ୟକ୍ରମ ପଛରେ ଥିବା ଲକ୍ଷ୍ୟ ସମ୍ପର୍କରେ ଅଭିବ୍ୟକ୍ତି ରଖି ନୂଆପିଢି କବିଙ୍କ କବିତାରେ ଏକ ଚମକ୍ ଥିବା କଥା ଉଲ୍ଲେଖ କରିଥିଲେ। ଏହି ଆସରରେ ନିକଟରେ ଆମ ଗହଣରୁ ବିଦାୟ ନେଇଥିବା କବି ଦିଲୀପ ଦାସ ଓ କବି ପ୍ରମୀଳା ଶତପଥୀଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

ଏଥିରେ କବି କମଳିନି କାସ୍ତ, ଗଙ୍ଗାଧର ବିଶ୍ଵାଳ, ପ୍ରଶାନ୍ତ ଦାସ, ହରିଶ୍ଚନ୍ଦ୍ର ବେହେରା, ରଞ୍ଜନ ବାଗ, ଉତ୍ପଳ ମହାନ୍ତି, ଶ୍ରୀଦେବ, ବଂଶୀଧର ଚୌଧୁରୀ ଓ କୃଷ୍ଣ କୁମାର ମହାନ୍ତି ନିଜ ନିଜ କବିତା ପାଠ କରିଥିଲେ। ପଠିତ କବିତା ସମ୍ପର୍କରେ ଡକ୍ଟର ବେହେରା ନିଜସ୍ଵ ଅଭିମତ ରଖି ପଠିତ ସମସ୍ତ କବିତା ବ୍ୟଞ୍ଜନାଧର୍ମୀ ଏବଂ ମେଟାଫର୍ ବ୍ୟବହାର ସତ୍ଵେ ବେଶ୍ ସୁବୋଧ୍ୟ ବୋଲି ମତ ରଖିଥିଲେ। ଶେଷରେ ଆବାହକ ଉତ୍ପଳ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.