MGNREGA ରେ ଖରାପ ପ୍ରଦର୍ଶନ: ନର୍ଲା ସମେତ ୭ଟି ବ୍ଲକର GRS ଓ APO ଙ୍କ ଦରମା ବନ୍ଦ ନିର୍ଦ୍ଦେଶ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସରକାରଙ୍କ ଏକ ଜନପ୍ରିୟ ଯୋଜନା ‘ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ (ମନରେଗା) କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ବାଟହୁଡା ହୋଇଥିବା ଚର୍ଚ୍ଚା ଆଲୋଚନା ଯୋର ଧରିଛି। ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ସହ ଠିକ୍ ସମୟରେ ଶ୍ରମର ପ୍ରାପ୍ୟ ମିଳୁନଥିବା ନେଇ ଶ୍ରମିକ ଓ ସାଧାରଣ ଜନତା ଅଭିଯୋଗ କରି ଆସୁଛନ୍ତି। ଏହି କାମରେ ଜିଆରଏସ ଓ ସଂପୃକ୍ତ କର୍ମଚାରୀମାନେ ମାଲାମାଲ ହେଉଥିବାବେଳେ କାର୍ଯ୍ୟର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ଜିଲ୍ଲାର ଅନେକ ବ୍ଲକ ସମେତ ନର୍ଲା ବ୍ଲକର ୨୬ଟି ପଞ୍ଚାୟତରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି।

Omkar Vasthu
Omkar Vasthu

ଏପଟେ ଜିଲ୍ଲାରେ ମନରେଗା ଯୋଜନାରେ ଖରାପ ପ୍ରଦର୍ଶନ ପାଇଁ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୋମେଶ ଉପାଧ୍ୟାୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିପାଇଁ ସେ ନର୍ଲା, ଲାଞ୍ଜିଗଡ଼, ଥୁଆମୂଲ ରାମପୁର, ମଦନପୁର ରାମପୁର, ଗୋଲାମୁଣ୍ଡା, କୋକସରା ଓ ଜୁନାଗଡ ଆଦି ୭ଟି ବ୍ଲକର ଜିଆରଏସ, ଏପିଓ, ବିଏଫଟି, ଏନ୍ଆରଜିଏ ଆସିଷ୍ଟାଣ୍ଟ ଓ ଏସିପିଙ୍କ ଦରମା ବନ୍ଦ କରିବା ପାଇଁ ସଂପୃକ୍ତ ବ୍ଲକ ମାନଙ୍କର ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସୂତ୍ରରୁ ଜଣାପଡିଛି ଯେ, ଉପରୋକ୍ତ ବ୍ଲକ ମାନଙ୍କରେ ମନରେଗା ଯୋଜନାରେ ଖରାପ ପ୍ରଦର୍ଶନ ହୋଇଛି। ଏଥି ଯୋଗୁଁ ଟ୍ରାଞ୍ଜେକ୍ସନ ବିଫଳ ହେଉଛି। ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ କୈାଣସି ପରିବର୍ତ୍ତନ ଦେଖା ଯାଉନାହିଁ। ୨୦୧୪ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଠିକ୍ ଭାବରେ ମନିଟରିଂ ହୋଇନାହିଁ। ଏହାକୁ ନେଇ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଉପାଧ୍ୟାୟ ତୀବ୍ର ଅସନ୍ତୋଷ ପ୍ରକାଶ କରିବାସହ କଡା ପଦକ୍ଷେପ ନେଇଛନ୍ତି। ଏପଟେ ଏହି ଘଟଣାକୁ ନେଇ ନର୍ଲା ବ୍ଲକରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି। ଯଦି ବ୍ଲକର ମନରେଗା କାର୍ଯ୍ୟମାନଙ୍କର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଏ ତେବେ ଅନେକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.