ଆଦର୍ଶ ମହିଳା ୰ ଶୁକଲତା ବେହେରାଙ୍କ ସ୍ମୃତିରେ ଶୋକସଭା

କଟକ ସଦର, (ଶ୍ରୀକାନ୍ତ ବେଉରା): କଟକ ସଦର ବୟାଳିଶମୌଜା ଉପକଣ୍ଠ ବରାଳ ଗ୍ରାମର ଧର୍ମପ୍ରାଣା, ମିଷ୍ଟଭାଷୀ ତଥା ଆଦର୍ଶ ମହିଳା ସ୍ବର୍ଗତା ଶୁକଲତା ବେହେରାଙ୍କ ଏକାଦଶାହ ଅବସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବେହେରାସାହି ତ୍ରିନାଥ ମନ୍ଦିର ନିକଟରେ ଆୟୋଜିତ ଉକ୍ତ ଶୋକସଭାରେ ସ୍ବର୍ଗତା ବେହେରାଙ୍କ ସ୍ମୃତି ଚାରଣ କରିବାସହ ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ଏହି ସଭାରେ ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇର ଉପଦେଷ୍ଟା ବାବି ପ୍ରସାଦ ଦାସ, ନାଟ୍ୟକାର ଅଶୋକ ପଟ୍ଟନାୟକ, ସମାଜସେବୀ ଅଜୟ ବେହେରା, ଅଶୋକ ସେଠୀ, କଥାକାର ଶରତ ରାୟ, ସମିତି ସଭ୍ୟ ଚିତ୍ତ ରଂଜନ ଭୋଳ, ସମାଜସେବୀ ତ୍ରିଲୋଚନ ଦଳାଇ, କଳାକାର ସୁଧାଂଶୁ ଶେଖର ବେଉରା, ଯୁବନେତା ଲକ୍ଷ୍ମୀଧର ବେଉରା, ପ୍ରଦୀପ ଲେଙ୍କା, ପୁତ୍ର ବିଷ୍ଣୁ ଚରଣ ବେହେରା, ମହେଶ୍ୱର ବେହେରା, ଗୋବିନ୍ଦ ବେହେରା, ବ୍ରହ୍ମାନନ୍ଦ ବେହେରା, ଇଶ୍ୱର ବେହେରା, ସୁରେଶ ଚନ୍ଦ୍ର ବେହେରା, ହାଡିବନ୍ଧୁ ବେହେରା, କନ୍ୟା ଜ୍ୟୋତ୍ସ୍ନାରାଣୀ ବେହେରା, ଉଷାରାଣୀ ବେହେରା, ନାତି ସୁବାସ ବେହେରା, ସନ୍ତୋଷ ବେହେରା ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଆମର ଆତ୍ମାର ସଦଗତି କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.