ଇନ୍ଦିରା ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗ

● ‘ମୋ ନାଁରେ ଘର ଆଣି ଫଳକ ଲଗାଇ ଖାଇଗଲେ ଟଙ୍କା’ -ହିତାଧିକାରୀ ସାଲ ମାଣ୍ଡାଙ୍ଗି

ରାୟଗଡା, (ଶିବ ନାରାୟଣ ଗୈାଡ): କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ରହୁଥିବା ଗରୀବ ଶ୍ରେଣୀର ଲୋକଙ୍କୁ ପକ୍କା ଘରେ ସୁରକ୍ଷିତ ଭାବେ ରହିବା ପାଇଁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଗୃହ ନିର୍ମାଣ ପାଇଁ ଅନୁଦାନ ପାଣ୍ଠିରୁ ଆର୍ଥିକ ସହାୟତା କିସ୍ତି ଅନୁଯାୟୀ ଟଙ୍କା ପ୍ରଦାନ କରି ଉପକୃତ କରାଉ ଥିବା ବେଳେ ହିତାଧିକାରୀଙ୍କ ନିକଟକୁ ଯାଉଥିବା ଟଙ୍କାକୁ ଆତ୍ମସାତ୍ କରାଯାଉଥିବା ଭଳି ବହୁ ଘଟଣା ଦେଖିବାକୁ ମିଳୁଛି । ଏହିଭଳି ଏକ ଘଟଣା ରାୟଗଡା ଜିଲ୍ଳା ସଦର ବ୍ଳକ କୁମ୍ଭିକୋଟା ଗ୍ରାମ ପଂଚାୟତ ଅନ୍ତର୍ଗତ ପୁଂଜାପାଇ ଗ୍ରାମରେ ହୋଇଥିବା ନଜରକୁ ଆସିଛି । ଅନଲାଇନ ସତ୍ବେ ଚଂଚକତା କରି ଜଣେ ହିତାଧିକାରୀଙ୍କ ଟଙ୍କାକୁ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ହିତାଧିକାରୀ ଜଣକ ଜିଲ୍ଳାପାଳ ଏବଂ ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କୁ କୈାଣସି ନ୍ୟାୟ ମିଳି ନ ଥିବା ଅଭିଯୋଗ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୁଂଜାପାଇ ଗ୍ରାମର ୬୦ବର୍ଷିୟ ସାଲ ମାଣ୍ଡାଙ୍ଗିଙ୍କ ଘର କାନ୍ଥରେ ଗତ ମାସ ଅକ୍ଟୋବର ୫ ତାରିଖରେ ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ୨୦୧୩-୧୪ ଆର୍ଥିକ ବର୍ଷର ତାଲିକା ଅନୁଯାୟୀ ଇନ୍ଦିରା ଆବାସ ଯୋଜନାରେ ଗୃହ ପ୍ରଦାନ ନେଇ ଏକ ଫଳକ ଲଗାଯାଇଥିଲା । ଯାହାକୁ ନେଇ ନିଜେ ହିତାଧିକାରୀ ସାଲ ମାଣ୍ଡାଙ୍ଗି ଏବଂ ତାଙ୍କ ଦୁଇ ପୁଅଙ୍କ ସହ ଗ୍ରାମବାସୀ ଅବାକ୍ ହୋଇଯାଇଥିଲେ । ନିଜେ କଷ୍ଟ ଅର୍ଜିତ ପାରିଶ୍ରମିକ ଟଙ୍କାରୁ ବହୁ କଷ୍ଟରେ ଟିଣ ଘର ଖଣ୍ଡିଏ କରି ବିଧବା ମହିଳା ସାଲ ନିଜ ଦୁଇ ପୁଅଙ୍କୁ ନେଇ ଜୀବନ ଅତିବାହିତ କରୁଥିବା ବେଳେ ତାଙ୍କ ନାଁରେ ଇନ୍ଦିରା ଆବାସ ଗୃହ ଶେଷ ହୋଇଯାଇଥିବା ଖବର ଶୁଣି ସେ ମର୍ମାହତ ହୋଇଯାଇଛନ୍ତି । ସ୍ୱାମୀର ଦେହାନ୍ତ ପରଠାରୁ ଦିନ ମଜୁରିଆ ଓ ଚାଷ କାମ କରି ବହୁ କଷ୍ଟରେ ପରିବାର ଭରଣ ପୋଷଣ କରୁଥିବା ସାଲ ମାଣ୍ଡାଙ୍ଗିଙ୍କ ଘର ଉପରେ ଏବେ ବି ଛାତ ପଡିନାହିଁ । ତଥାପି ପଂଚାୟତ ତାଲିକାରେ ଇନ୍ଦିରା ଆବାସ ଗୃହ ପ୍ରଦାନ ହୋଇସାରିଛି ବୋଲି ଉଲ୍ଲେଖ ରହିଛି । ଉକ୍ତ ଆର୍ଥିକ ବର୍ଷରେ ସାଲ ମାଣ୍ଡାଙ୍ଗିଙ୍କ ନାଁରେ ଇନ୍ଦିରା ଆବାସ ଗୃହ ନିମନ୍ତେ କାର୍ଯ୍ୟାଦେଶର ଚଂଚକତା କରାଯାଇ ଯୋଜନାର ମୋଟ ୭୫ହଜାର ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଛି ।

Udyog Nursery
Udyogi Nursery

ଘର କାନ୍ଥରେ ଫଳକ ଲାଗିବା ପରେ ମୋ ନାଁରେ ଇନ୍ଦିରା ଆବାସ ଘର ଆଣି ଟଙ୍କା ଖାଇ ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ହିତାଧିକାରୀ ସାଲ ମାଣ୍ଡାଙ୍ଗି । ରାୟଗଡା ଅତିରିକ୍ତ ବିଡିଓ କାହ୍ନୁଚରଣ ନାଏକଙ୍କୁ ଏହାର ତଦନ୍ତ କରୁଥିବା ବେଳେ ପୁଂଜାପାଇ ଗ୍ରାମରେ ଇନ୍ଦିରା ଆବାସ ଗୃହ ପ୍ରଦାନରେ ହୋଇଥିବା ଘଟଣାକୁ ନେଇ ବର୍ତମାନର ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ହିତାଧିକାରୀ ସାଲ ମାଣ୍ଡାଙ୍ଗିଙ୍କ ନାମ ତାଲିକାରେ ରହିଥିଲା ଏବଂ ତାଙ୍କ ଏସବିଆଇ ବ୍ୟାଙ୍କ ଆକାଉଂଟକୁ ଟଙ୍କା ନ ଯାଇ ଆଉ କାହା ଆକାଉଂଟକୁ ଟଙ୍କା ଯାଇଛି ତାହାର ନିରୀକ୍ଷଣ କରାଯାଉଛି ବୋଲି ପ୍ରକାଶ କରିଥିବା ବେଳେ ଅତିରିକ୍ତ ବିଡିଓ ଶ୍ରୀ ନାଏକ ମଧ୍ୟ ଅନଲାଇନ ଟଙ୍କା ପ୍ରଦାନ ତଥ୍ୟର ବିବରଣୀ ବ୍ୟାଙ୍କକୁ ମଗାଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି । ତେବେ ପରିତାପର ବିଷୟ ଜଣେ ଯୋଗ୍ୟ ହିତାଧିକାରୀଙ୍କ ଟଙ୍କାକୁ ଚଂଚକତା କରି ଅନ୍ୟମାନେ ଖାଇଗଲେ ବା ଆଉ କେହି ପାଇ ଚୁପ୍ ବସିଛି ତାହା ତଦନ୍ତ ପରେ ହିଁ ଜଣାପଡିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.