ମହାକାଳୀ ଦେବୀଙ୍କ ପୂଜା ଅବସରରେ ଭବ୍ୟ କଳଶ ଶୋଭାଯାତ୍ରା

ଥୁଆମୁଲ ରାମପୁର, (ଦୂର୍ଗା କିର୍ତ୍ତୀ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟରେ ଥିବା ତାଳବନ୍ଧ ପଡ଼ାଠାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ମାଁ ମହାକାଳୀ ଦେବୀଙ୍କ ପୂଜା ଓ ଦୀପାବଳୀ ପର୍ବ ଶୁକ୍ରବାର ଶେଷହେବ । ପୁରୁଷ ଓ ମହିଳାମାନେ କଳସ ଶୋଭାଯାତ୍ରାରେ ବାହାରି ଜଳଧାରଣ କରି ନଗର ପରିକ୍ରମା କରିଥିଲେ । ଦେବୀ ପୀଠରେ ସମସ୍ତ କଳସ ସ୍ଥାପିତ ହୋଇଥିଲା । ୩ ଦିନ ଧରି ଚାଲୁଥିବା ଏହି ପର୍ବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଚଳିତବର୍ଷ କରୋନା କଟକଣା କୋହଳ ହୋଇଥିବା ସତ୍ତ୍ୱେ ମଧ୍ୟ ଲୋକଙ୍କ ସମାଗମ କମ ଦେଖିବାକୁ ମିଲିଥିଲା ।


ନବ ଜୀବନ ଯୁବ ଅନୁଷ୍ଠାନ ଓ ଦିପାବଳୀ ପୂଜା କମିଟିର ଆନୁକୂଲ୍ୟରେ ଆୟୋଜିତ ଉକ୍ତ ପୂଜାନୋତ୍ସବରେ କର୍ତ୍ତା ଭାବରେ ଦିଲ୍ଲୀପ ଧଙ୍ଗଡା ମାଝୀ ଓ ତାଙ୍କ ସହଧର୍ମିଣି ମେନକା ଧଙ୍ଗଡା ମାଝୀ କାର୍ଯ୍ଯ ବହନ କରୁଛନ୍ତି । କଳଶ ଶୋଭାଯାତ୍ରାରେ ସହଯୋଗ କରିଥିଲେ ପରମାନନ୍ଦ ନାଏକ, ମାଣିକ୍ଯ ଚନ୍ଦ୍ର ନାଏକ, ଅଜିତ କୁମାର ଦୁର୍ଗା, ଦୁର୍ଯ୍ୟୋଧନ ନାଏକ, ବିପିନ୍ ନାଏକ, ଅନିରୁଦ୍ଧ ନାଏକ, ସୁବାଷ ଚନ୍ଦ୍ର ନାଏକ, ବବୁଲ ଧଙ୍ଗଡା ମାଝୀ, ମସ୍ତାନା ନାଏକ ଏବଂ ଗ୍ରାମବାସୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.