ମାଁ କାଳୀଙ୍କ ପୂଜା ସମ୍ପନ୍ନ

କଳାହାଣ୍ଡି, (ହେମନ୍ତ ସାହୁ): ପବିତ୍ର ଦୀପାବଳୀ ଅବସରରେ ମ.ରାମପୁର ଦୁର୍ଗାମଣ୍ଡପଠାରେ ମାଁ କାଳୀଙ୍କ ପୂଜା ସମ୍ପନ୍ନ ହେଇଯାଇଛି । କରୋନା କଟକଣାକୁ ଦୃଷ୍ଠିରେ ରଖି କେବଳ କର୍ମକର୍ତ୍ତା ଓ ପୂଜକଙ୍କ ମଧ୍ୟରେ ସୀମିତ ରହିଥିଲା ପୂଜାର୍ଚ୍ଚନା । ପ୍ରଥମେ ନିକଟସ୍ଥ ହରିହରସାଗରରୁ ଗଂଗା ଆବାହନ ସହ ଶୁଭକଳସ ଅଣାଯାଇ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । କର୍ତ୍ତା ଭାବରେ ସାର୍ବଜନୀନ ଦୁର୍ଗାପୂଜା କମିଟୀର ସଭାପତି ପ୍ରଶାନ୍ତ ସାମନ୍ତରା ଦାୟିତ୍ୱ ନିର୍ବାହ କରିଥିବାବେଳେ ପୂଜକ ତ୍ରିଲୋଚନ ଦାଶ ପୂଜାର୍ଚ୍ଚନା କରିଥିଲେ । ପୂଜା ବିଭାଗ ମୁଖ୍ୟ ଯୁଗଳ ପ୍ରହରାଜ, ଅଶୋକ କୁମାର ପଟ୍ଟନାୟକ, ପ୍ରକାଶଚନ୍ଦ୍ର ସାହୁ, ଭଗବତ ଘିଭେଲା, ଭିକାରୀ ଭୋଇ, ଜୟ ହାତୀ, ଚମରା ଭୋଇ, ଉଗ୍ରସେନ ବାରିକ ଉପସ୍ଥିତ ରହିଥିବାବେଳେ ସଂପାଦକ ହେମନ୍ତ ସାହୁ,ଉପସଭାପତି ବିଭୂତି ଭୂଷଣ ମହାଖୁଡ଼,ଉପଦେଷ୍ଠା ହିରେନ୍ଦ୍ର ପ୍ରତାପ ସିଂହଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ । ଠିକ ସେହିପରି ମ.ରାମପୁର ତଳସାଗରପଡ଼ା, ଶୁଣ୍ଢିପଡ଼ା ଓ ଅନ୍ୟାନ୍ୟ କାଳୀପୀଠ ଗୁଡ଼ିକରେ ମଧ୍ୟ ମାଁ କାଳୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.