ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଦ୍ବୀତିୟ ବାର୍ଷିକ ମହୋତ୍ସବ

କଳାହାଣ୍ଡି, (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଭଟାପଲା ବଜାରପଡିଆ ଠାରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ଦ୍ବିତୀୟ ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଛି। ଏନେଇ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପରିଷଦ ଅଧକ୍ଷ୍ୟା ନମିତାରାଣୀ ସାହୁ, ମୁଖ୍ୟବକ୍ତା ଡଃ ଜୟଦେବ ସାହୁ, ଜିଲ୍ଲା ସଭାପତି ନୀଳମଣି ସାହୁ, ସଂପାଦକ ନବୀନ କିଶୋର ସାହୁ ପ୍ରମୁଖ ଦ୍ବୀପ ପ୍ରଜ୍ବଳନ ପରେ ମାଁ ଚଣ୍ଡି ସମଲେଇଙ୍କ ପୁଜାର୍ଚ୍ଚନା କରି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ। ପରେ ଜାତି ସମାଜର ମୁଖ୍ୟ ପୂଜକ ଭାବରେ ନିୟୋଜିତ ନେଗି ବେହେରା, ପନୁଆଁ, କାର୍ଯି, ପୃଷେଠ ଓ ବଳାଙ୍ଗିର ଜିଲ୍ଲା ସଭାପତି, ସୋନପୁର ଜିଲ୍ଲା ସଭାପତି ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ସମାଜର କିପରି ଭାଇଚାରାର ସହ ସଂଗଠିତ ହେବ ସେନେଇ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଟାପଲା ଗ୍ରାମର ସମସ୍ତ ଗ୍ରାମବାସୀ, ମଣ୍ଡଳ କମିଟି, ବ୍ଲକ କମିଟି, ଗ୍ରମ୍ୟ କମିଟି, ଜିଲ୍ଲା କମିଟି ସଦସ୍ୟମାନଙ୍କରେ ଉପସ୍ଥିତିରେ ମହୋତ୍ସବ ପାଳିତ ହୋଇଥିଲା। ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଲିଖିତ ‘ହଳଦୀ’ ପୁସ୍ତକ ଓ ୟୁ ଟୁବ ଚେନେଲ ‘ହଳଦୀ କ୍ରିୟସନ’ ଶୁଭ ଉନ୍ମୋଚିତ ହୋଇଥିଲା। ଦୁର୍ଗାପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସତ୍ୟନାରାୟଣ ସାହୁ, ଉଜ୍ବଳ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.