ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଓଡିଶା ପୋଲିସ ମହାନିର୍ଦ୍ଧେଶକ ଅଭୟ

● ସୁନାବେଡା ଅଭୟାରଣ୍ୟରେ ପରିଦର୍ଶନ କରି ମାଓ ଗତିବିଧି ଉପରେ କଲେ ସମୀକ୍ଷା

ନୂଆପଡ଼ା: ନୂଆପଡା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ପୁଲିସ ମହାନିର୍ଦ୍ଧେଶ ଅଭୟ। ଆଜି ପୂର୍ବାହ୍ନରେ ଡିଜି ଅଭୟ ଏକ ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ଗୋତମ ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ। ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ମାଓ ଗତିବିଧି ଉପରେ ଆଲୋଚନା କରିଥିଲେ। ସେ ମାଓ ପ୍ରବଣ ଅଞ୍ଚଳ ପରିଦର୍ଶନ କରିବା ସହ ଓଡିଶା ଛତିଶଗଡ଼ ସୀମାରେ ଏକ ଏରିୟଲ ସର୍ଭେ କରିବାକୁ କହିଛନ୍ତି। ସେହିପରି ସୁନାବେଡା ଅଭୟାରଣ୍ୟ ମାଓ ଗତିବିଧି କମିଥିବା ବେଳେ ବିଗତ ଦେଢ଼ ବର୍ଷ ହେବ ମାଓବାଦୀଙ୍କ ଦ୍ବାରା କୌଣସି ଅଘଟଣା ହୋଇନଥିବା ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu


ଏହି ଅଂଚଳରର ସିଆରପିଏଫ, ପୋଲିସ, ଏସଓଜି, ଆଇଆରବିଏନ ଏବଂ ବିବିଏଫ ଭଲକାମ କରିଛନ୍ତି। ବିଶେଷ କରି ସିଆରପିଏଫକୁ ଧନ୍ୟବାଦ ଜଣାଇଛନ୍ତି। ମାଓବାଦୀଙ୍କ ଗତିବିଧି ଏବଂ ଏହାର ପ୍ରତିରୋଧ ନେଇ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଏହା ପରେ ସେ ସୁନାବେଡା ସିଆରପିଏଫ କେମ୍ପକୁ ପରିଦର୍ଶନ କରିଥିଲେ। ଜିଲ୍ଲା ଏସପି କାର୍ଯ୍ୟାଳୟ ଠାରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଏସବୁ ବିଷୟରେ ବିଷଦ ଭାବରେ ଆଲୋକପାତ କରିଥିଲେ ମହା ନିର୍ଦ୍ଧେଶକ ଅଭୟ। ପଡୋଶୀ ସୀମାରେ ମାଓ ଗତିବିଧି ଖବର ଥିବା ବେଳେ ପ୍ରଭାବ ବହୁତ କମ ଥିବା ପ୍ରକାଶ କରିଛନ୍ତି। ଏହି ଗସ୍ତରେ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ, ଏସପିପ୍ରତ୍ୟୁଷ ଦିବାକର ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.