ରାୟଗଡ ବ୍ଳକରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ 

କାର୍ଯ୍ୟାଦେଶ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ୪ଦିନ ମଧ୍ୟରେ ଆରମ୍ଭ କର – ବିଡିଓ

ରାୟଗଡା,୧/୩ : ରାୟଗଡା ଜିଲ୍ଳାର ସଦର ବ୍ଳକ ସଦଭାବନା ଗୃହରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷ ପେଦେଂଟି ରାମୁଲୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପଧ୍ୟକ୍ଷା ମୀନତି ବାଚେଲି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହଚରଣ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଏସ.କେ.ପ୍ରଧାନ, ଜିଲ୍ଳା ପରିଷଦ ସଭ୍ୟା ଅମ୍ବିକା ବିଡିକା, ସଭ୍ୟ ପି.ଗୈାରୀ ଶଙ୍କର ଓ ଗଙ୍ଗାଧର ପୁଆଲା ମଂଚାସୀନ ଥିଲେ । ରାୟଗଡା ବ୍ଲକର ୨୮ଗୋଟି ଗ୍ରାମ ପଂଚାୟତର ସରପଂଚ, ସମତି ସଭ୍ୟସଭ୍ୟା ତଥା ବ୍ଳକସ୍ତରୀୟ ବିଭିନ୍ନ ସରକାରୀ ବିଭାଗର କର୍ମକର୍ତା, ବ୍ଳକର ସମସ୍ତ ଯନ୍ତ୍ରୀ ଓ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

ସର୍ବ ପ୍ରଥମେ ବିଡିଓ ଶ୍ରୀ ମାଝି ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଆଗାମୀ ଅଳ୍ପ ଦିନ ମଧ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଦ୍ଧି ଘୋଷଣା ହେବାକୁ ଥିବାରୁ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର କାର୍ଯାଦେଶ ବଂଟନ ନିମନ୍ତେ ସରପଂଚମାନଙ୍କୁ ଅନୁରୋଧ କରିଥିଲେ । ଦୀର୍ଘ ଦିନ ଧରି ଗ୍ରାମ ପଂଚାୟତ ତରଫରୁ ସୋଲାର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନିମନ୍ତେ ଓରେଡା ନିକଟରେ ଅଗ୍ରୀମ ଅର୍ଥ ପୈଠ କରିଥିବା ବେଳେ ଓରେଡା ତରଫରୁ କୈାଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଗୁମ୍ମା ସରପଂଚ ଓ କୁଲୀ ସରଂପଚ ହରପ୍ରସାଦ ହେପ୍ରୁକା ଏବଂ ହାଲୁଆ ସମିତି ସଭ୍ୟ ତାମାରାଓ ବିଡିକା ପ୍ରଶ୍ନ ଉଠାଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ସେହିପରି ଦୀର୍ଘ ଦିନ ଧରି ନିଜର ନ୍ୟାର୍ଯ୍ୟ ଦାବି ପୂରଣ କରିବା ନେଇ କାର୍ଯ୍ୟରେ ଯୋଗ ଦେଇ ନଥିବା ଗ୍ରାମ ରୋଜଗାର ସେବକ (ଜିଆରଏସ)ଙ୍କ ଅନୁପସ୍ଥିିତ ଯୋଗୁଁ ପଂଚାୟତ କାର୍ଯ୍ୟାଳୟ ଗୁଡିକରେ ମନରେଗା ବିଲଗୁଡିକ ପୈଠ ହୋଇପାରୁ ନ ଥିବା ଓ ଗ୍ରାମବାସୀମାନେ କାମ ପାଉ ନ ଥିବା ନେଇ ସରପଂଚ ଓ ସମିତି ସଭ୍ୟ ମାନେ ପଚାରି ଥିବା ବେଳେ ମନରେଗା କାର୍ଯ୍ୟ ପାଇଁ ବ୍ଳକ କିମ୍ବା ପଂଚାୟତ କାର୍ଯ୍ୟାଳୟରେ ସିଧାସଳଖ ଡିମାଣ୍ଡ ଫର୍ମ ଦାଖଲ କଲେ ଉକ୍ତ ଗ୍ରାମବାସୀଙ୍କୁ ଅନୁନ୍ୟ ୧୦୦ଦିନର କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ବିଡିଓ ତଥା ମନରେଗାର ପ୍ରୋଗ୍ରାମ ଅଧିକାରୀ ରାଜେନ୍ଦ୍ର ମାଝି ପ୍ରକାଶ କରିଥିଲେ ।

Udyog Nursery
Udyogi Nursery

ଏହାଛଡା ପାନୀୟ ଜଳ, ପରିମଳ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜଳଛାୟା, ସାଧାରଣ ବଂଟନ, ବିଜୁଳି, ଶିକ୍ଷା, ସାମାଜିକ ସୁରକ୍ଷା ଆଦି ଯୋଜନା ବିଷୟରେ ଗଠନମୂଳକ ଆଲୋଚନା ହୋଇଥିଲା । ଭାରପ୍ରାପ୍ତ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ପୂର୍ବ ବୈଠକର ବିବରଣୀ ପଠନ କରିବାସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.