ଡମ୍ ସମାଜ ଓ ଏଓଏସିଏଫ ର ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ଡମ୍ ସମାଜ ବିକାଶ ପରିଷଦ ଓ ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନର ମିଳିତରେ କର୍ମକର୍ତ୍ତାଙ୍କ ଏକ ବୈଠକ ଏଓଏସିଏଫ ର ଉପ ସଭାପତି ତଥା ଡମ୍ ସମାଜ ବିକାଶ ପରିଷଦର ବ୍ଲକ ସାଧାରଣ ସମ୍ପାଦକ ଧିମାନ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ବରେ ଡଙ୍ଗରିଗୁଡା ଠାରେ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକର ୨୮ ଗୋଟି ଗ୍ରାମ ପଞ୍ଚାୟତ ଓ ୧୧୮ ଟି ଗ୍ରାମର ଡମ୍ ସମାଜର କର୍ମକର୍ତ୍ତା ଉପସ୍ଥିତ ରହି ବୈଠକରେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦୀର୍ଘ ବର୍ଷ ଧରି ଏହି ସଂଗଠନ ଚାଲିଛି ଓ ଏହି ପଞିକରଣ ସଂଗଠନକୁ କେମିତି ବଞ୍ଚାଇ ରଖିହେବ ଏବଂ ଡମ୍ ସମାଜର ଶିକ୍ଷା, ଆର୍ଥିକ,ଏକତା ଓ ରାଜନୈତିକ କ୍ଷେତ୍ରରେ ସଫଳତା କେମିତି ହୋଇପାରିବା ସେ ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବରେ ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନର ସଭାପତି ଧିମାନ ଧନଞ୍ଜୟ ଦୀପ, ସମ୍ମାନୀୟ ଅତିଥି ଭାବରେ ଫେଡେରେସନର ସାଧାରଣ ସମ୍ପାଦକ ଧିମାନ ଜତିନ୍ଦ୍ର କର,କାର୍ଯ୍ୟକାରୀ ସଭାପତି ଧିମାନ ଦିଗାମ୍ବର ଦୁରିଆ, ଆଇନର ବିଭାଗର ମୁଖ୍ୟ ତଥା ବରିଷ୍ଠ ଆଇନଜୀବି ଧିମାନ ଛବିଲାଲ ନିଆଲ, ସଂମ୍ପାଦକ ତଥା ଗୋଳାମୁଣ୍ଡା ବ୍ଲକର ପର୍ଯ୍ୟବେକ୍ଷକ ଜୟ ପ୍ରକାଶ ଜାଲ, ମମତା ବଉଦ, ଜୁଳି ନାଏକ, ମୁନୁରାମ ମଙ୍ଗରାଜ, ଶଙ୍କର ପାନକା, ମନୋଜ ସିପକା,

Udyog Nursery
Udyogi Nursery

ମନୋଜ ଭରାସଗରିଆ, ସୁଦର୍ଶନ ବେଶ୍ରା, ଲଳିତ ମଙ୍ଗରାଜ, ଲବ ସେଠିଆ, ଜନ୍ମେଜୟ ସେଠିଆ, ଜତିନ୍ଦ୍ର ସେନାପତି, ବେନାର ସୁନାନୀ, ଟଙ୍କଧର ସୁନାନୀ, ଟଙ୍କଧର ନିଆଲ, ସଚିକାନ୍ତ ସୁନାନୀ, ମନୋହର ସୁନାନୀ, ବିରଞ୍ଚି ସୁନାନୀ, ଦିନେଶ ପାନକା, କୁଳ ପାନକା , ଆକାଶ କୁମାର ଜଗତ, ଲକ୍ଷ ଜ୍ୟୋତି ଜାଲ ପ୍ରମୁଖ ମଞ୍ଚାଶୀନ ରହିଥିବା ବେଳେ ଏଓଏସିଏଫର ବ୍ଲକ ସଭାପତି କ୍ଷେତ୍ର ମୋହନ ଛତ୍ରିଆ ସଭାପତିତ୍ବ କରିଥିବା ବେଳେ ଧିମାନ ବିନ୍ଦୁ ମହାନନ୍ଦ ଓ ହରି ବାଗ ସଭା ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.