● ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଗୃହୀତ ହୋଇଥିବା ଓଡିଶା ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଦାବି
କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଆଗାମୀ ୨୩ତାରିଖ ଦିନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜନ୍ମତିଥି। ସାଧାରଣ ମଣିଷଙ୍କ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଚୌଧୁରୀଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଆଜି ମଦମୁକ୍ତି ଯୁବ ବାହିନୀ ଦ୍ଵାରା ଭବାନୀପାଟଣା ଜେଲ ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ପ୍ରଭାତଫେରି କରାଯାଇଥିଲା। ଏହାପରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏଥିରେ ମଦମୁକ୍ତି ଯୁବ ବାହିନୀର ସଦସ୍ୟ ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଗୃହୀତ ହୋଇଥିବା ଓଡିଶା ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଠାରେ ଦାବି ରଖିଥିଲେ। ନିଃସ୍ୱାର୍ଥପର ଓ ସ୍ୱାଭିମାନି ଯୁବକ ଯୁବତୀ ମାନେ ସଂଗଠିତ ହେଲେ ହିଁ ମଦମୁକ୍ତ ଓଡିଶା ସମ୍ଭବ ହୋଇପାରିବ ବୋଲି ସଭାରେ ମତପ୍ରକାଶ ପାଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଫୋଟୋ ଚିତ୍ର ଫୋଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ସେମାନେ ମଦମୁକ୍ତ ଓଡିଶାର ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ମଦମୁକ୍ତି ଯୁବ ବାହିନୀର କାର୍ଯ୍ୟକାରିଣୀ ରାଜେଶ କୁମାର ଦେଓ ଏବଂ କଳାହାଣ୍ଡିର ମଦମୁକ୍ତ ବାହିନୀର ସଦସ୍ୟ ପ୍ରବୀଣ କୁମାର ମୁଣ୍ଡ, କୂଳପଣ୍ଡିତ ସା, ରାଜେଶ ମହାରଣା, ମିଲନ କୁମାର ଭୋଇ, ମହେନ୍ଦ୍ର ପୁଟେଲ, ଅଖିଳ ମାଝୀ, ଗୁଡି ବାଗ, ଚିନମୟୀ ବେହେରା, ଟିକେମଣି ବୁଦ୍ଧିଆ, ରିତେଶ ମୁଣ୍ଡ, ନବୀନ ପୁଟେଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।