ଇମ୍ଫାରେ ୪୮ତମ ସୁରକ୍ଷା ସପ୍ତାହ ଉଦ୍ଦଘାଟିତ

ଏହି ବର୍ଷର ସୁରକ୍ଷା ବାର୍ତ୍ତା “ରାଷ୍ଟ୍ର ନିର୍ମାଣ ନିମନ୍ତେ ସୁରକ୍ଷା ସଂସ୍କୃତି ବିକଶିତ କରନ୍ତୁ ଏବଂ ବଜାୟ ରଖନ୍ତୁ”

ରାୟଗଡା,୪/୩ : ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ୪୮ତମ ସୁରକ୍ଷା ସପ୍ତାହ ଉଦ୍ଦଘାଟିତ ହୋଇଯାଇଛି। ଇମ୍ଫା କାରଖାନାର ବରିଷ୍ଠ ମହାପ୍ରବନ୍ଧକ କେ ଭି ରାଓ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡ଼ା କାରଖାନା ଓ ବାଷ୍ପିୟ ବିଭାଗର ସହକାରୀ ନିର୍ଦ୍ଦେଶକ ରଞ୍ଜିତ କୁମାର ନାୟକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁରକ୍ଷା ସପ୍ତାହ ର ସୁଭ ଉଦ୍ଦଘାଟନ କରିଥିଲେ। ଡି ଡି ନାଏକ, ଏସ୍ କେ ଶର୍ମା, ଓ  ଜେ ଏସ୍ କୁମାର ଉପସ୍ଥିତ କର୍ମଚାରୀ ମାନଙ୍କୁ ଓଡିଆ, ହିନ୍ଦୀ ଓ ଇଂରାଜୀ ରେ ସୁରକ୍ଷା ସମ୍ବନ୍ଧୀୟ ସପଥ ପାଠ କରାଇଥିଲେ।

ଏହି ବର୍ଷର ସୁରକ୍ଷା ବାର୍ତ୍ତା “ରାଷ୍ଟ୍ର ନିର୍ମାଣ ନିମନ୍ତେ ସୁରକ୍ଷା ସଂସ୍କୃତି ବିକଶିତ କରନ୍ତୁ ଏବଂ ବଜାୟି ରଖନ୍ତୁ” ଙ୍କୁ ନେଇ ଆରମ୍ଭ ହୋଇଥିବା ସୁରକ୍ଷା ସପ୍ତାହ ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଇମ୍ଫା ଦ୍ଵାରା ନିଆଯାଉଥିବା ସୁରକ୍ଷା ପଦକ୍ଷେପକୁ ଭୁୟଂଶି ପ୍ରସଂଶା କରିବା ସଙ୍ଗେ ସଙ୍ଗେ ସମସ୍ତେ ସୁରକ୍ଷା ବିଷୟରେ ସଚେତନ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଇମ୍ଫା ଥେରୁବାଲିର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀଯୁକ୍ତ ରାଓ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ହୋଇ କାମ କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷା ସମ୍ବନ୍ଧୀୟ ଶଚେତନ କରାଇ ପରିବାର ବର୍ଗ ଙ୍କ ସହ ଖୁସିରେ ରହିବା ପାଇଁ ଉପଦେଶ ଦେଇଥିଲେ । ଏହା ସହିତ କମ୍ପାନୀ ଦ୍ବାରା ନିଆଯାଇଥିବା ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପକୁ ସମସ୍ତେ ମାନି କାମକରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।

ସପ୍ତାହ ବ୍ୟାପୀ ପାଳନ ହେଉଥିବା ସୁରକ୍ଷା ସପ୍ତାହ ଅବସରରେ ଇମ୍ଫାର ସମସ୍ତ କର୍ମଚାରୀ, ଗୃହିଣୀ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁରକ୍ଷା ସମ୍ବନ୍ଧୀୟ ସଚେତନ ମୂଳକ ପ୍ରତିଯୋଗିତା ଏବଂ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। କେ ଭି ରାଓ ଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ଜେ ଏସ୍ କୁମାର ପରିଚାଳନା କରିବା ସହିତ ସୁରକ୍ଷା ବିଭାଗର ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.