ବେଲଖଣ୍ଡି ଧବଳେଶ୍ବର ଶୈବ ପିଠରେ ମହାଶିବରାତ୍ରୀ ମେଳା

କର୍ଲାମୁଣ୍ଡା,୪/୩ : କଳାହାଣ୍ଡି ଜିଲ୍ଲାର ପୁରାତନ ଶୈବ ପିଠ ବେଲଖଣ୍ଡି ଠାରେ ଆଜି ଠାରୁ ମହାଶିବରାତ୍ରୀ ମେଳା ଆରମ୍ଭ ହୋଇଛି ।  ତେଲ ଓ ଉତେଇ ନଦୀ ସଙ୍ଗମ ସ୍ଥଳରେ ବେଲଖଣ୍ଡି ସ୍ଥିତ ଧଵଲେଶ୍ଵର ପିଠ ପ୍ରାଚୀନ ସମୟରୁ ଏକ ସମୃଦ୍ଧ କଳାର ସ୍ବାକ୍ଷର ବହନ କରି ଶୈବ ଧର୍ମର ପ୍ରଚାର ପ୍ରସାର ଦିଗରେ ଗୁରୁତ୍ବ ବହନ କରିଛି । ସେହିପରି ଏଠାରେ ଆୟୋଜିତ ହେଉଥିବା ମହାଶିବରାତ୍ରୀ ମେଳା ପ୍ରସିଦ୍ଧି ଲାଭ କରିପାରିଛି ।

Omkar Vasthu
Omkar Vasthu

ମହାଶିବରାତ୍ରୀ ପାଇଁ ବେଲଖଣ୍ଡି ଶିବ ମନ୍ଦିର ହୋଇଉଠିଛି ଚଳଚଞ୍ଚଳ । ଆଜି ଭୋର ୪ଟାରୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ହଜାର ହଜାର ଲୋକ ଧାଡ଼ିରେ ରହିଥିଲେ। ମହାପ୍ରଭୁଙ୍କ ପହଡିଭଙ୍ଗ ସହ ପାରଂପାରିକ ରିତିନୀତି ଅନୁଯାୟୀ ପ୍ରାତଃ କାର୍ଯ୍ୟକ୍ରମ ସମାପ୍ତ ପରେ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ବର୍ତମାନ ସୁଦ୍ଧା ଏଥିରେ ପ୍ରବଳ ଭିଡ ଲାଗି ରହିଥିବା ବେଳେ ରାତିରେ ଜାଗର ହେବ ବୋଲି ଜଣାପଡିଛି ।

Pearl dental clinic
Near Ashish Medical Store, Bhawanipatna

ସେହିପରି ରିଞ୍ଜା, ପୁଟିଗାଁ, କୁଶୁର୍ଲା, ରିଷିଡା, କର୍ଲାମୁଣ୍ଡା, ଖଲିଆପାଲି, ଵଡଡୁଙ୍ଗୁରିଗୁଡା, ରେଙ୍ଗାଲି ଆଦି ଶୈବ ପୀଠ ଗୁଡିକରେ ମଧ୍ୟ ମହାଶିବରାତ୍ରି ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ରହିଥିବା ଦେଖା ଯାଇଥିଲା।

Udyog Nursery
Udyogi Nursery

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.