ଅମର ଅସଲମ୍ କାର୍ଯ୍ୟକ୍ରମ: ମ.ରାମପୁର ପ୍ରେସ୍ କ୍ଲବ୍ ତରଫରୁ ଅସଲମଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳି

କଳାହାଣ୍ଡି, (ହେମନ୍ତ ସାହୁ): ସାମ୍ବାଦିକ ଜଗତର ଜଣେ ନିର୍ଭିକ ସାମ୍ବାଦିକଙ୍କୁ ହରାଇଲୁ ଆମେ। ଜଣେ ନିଷ୍ଠାପର, କର୍ତ୍ତବ୍ୟନିଷ୍ଠ ତଥା ଅସହାୟଙ୍କ ସ୍ୱର ପାଲଟିଥିବା ସ୍ୱଗର୍ତ ମହମ୍ମଦ ଅସଲମଙ୍କ ବିୟୋଗରେ ମ.ରାମପୁର ପ୍ରେସ କ୍ଲବ ତରଫରୁ ଆୟୋଜିତ ଅମର ଅସଲମ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବତନ ସରପଂଚ ବିଭୂତି ଭୂଷଣ ମହାଖୁଡ଼ ଯୋଗଦେଇ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ହରାଇଲୁ ବୋଲି ଦୁଃଖର ସହିତ ପ୍ରକାଶ କରିଥିଲେ। ସଂପାଦକ ହେମନ୍ତ ସାହୁ ମଧ୍ୟ ଏହି ଅବସରରେ ଶେଷଥର ପାଇଁ ଏଇ ଗତ ୪ତାରିଖ ସନ୍ଧ୍ୟାରେ ଫୋନ୍ ଯୋଗେ ଶେଷ କଥା ହେବା ଏବଂ ଅଚାନକ ତାଙ୍କରି ବିୟୋଗରେ ଗଭୀର ମର୍ମାହତ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପରମାନନ୍ଦ ବିଶି, ବରିଷ୍ଠ ସଭ୍ୟ ମର୍ଦ୍ଧରାଜ ସ୍ୱାଇଁ, ପ୍ରଦୀପ ସାହୁ, ପୟଧର ସାହୁ, ଜଗତ ସାହୁ, ରାମେଶ୍ୱର ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.