ପୁରାତନ ଛାତ୍ର ଶକ୍ତି ପ୍ରସାଦ ଶତପଥୀଙ୍କ ବିୟୋଗରେ ଶୋକସଭା

କଳାହାଣ୍ଡି, (ହେମନ୍ତ ସାହୁ): ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ପୁରାତନ ତଥା ମେଧାବୀ ଛାତ୍ର ଶକ୍ତି ପ୍ରସାଦ ଶତପଥୀଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହେଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତୁଷାରକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯିବା ସହିତ ତାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ତାଙ୍କରି ସ୍ମୃତିଚାରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦୀପୀକ୍ଷା ପଣ୍ଡା, ତନୁଶ୍ରୀ ମାଝୀ, ଅଶୋକ କୁମାର ନାୟକ, ବିଜୟ କୁମାର ଦାନୀ, ବୋମେଶ ଚୋପଦାର, ମହେନ୍ଦ୍ର ବେଶ୍ରା, ମଳୟ ରଞ୍ଜନ ବାଗ, ମାନସ କୁମାର ନାଏକ, ପ୍ରତାପ ଭୋଇ, ରଜନୀକାନ୍ତ ସାହୁ, ଶ୍ରୀକାନ୍ତ ବେହେରା, ସରୋଜ କୁମାର ଦାଶ, ସୁମନ୍ତ ନାଏକ, ମମିତା ମାଝୀ ପ୍ରମୁଖ ଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu


ଏଠାରେ ସୂଚନାଥାଉ କି, ହରଗୌରୀ ମହାବିଦ୍ୟାଳୟ କୁଶୁର୍ଲାର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ ଏବଂ ମ.ରାମପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ମମତା କୁମାରୀ ତ୍ରୀପାଠୀଙ୍କ ଏକମାତ୍ର ପୁତ୍ର ଶକ୍ତି ପ୍ରସାଦ ଶତପଥୀଙ୍କର ଅଚାନକ ପରଲୋକ ହେଇଛି । ସେ ଜଣେ ମେଧାବୀ ତଥା ଜଣେ ଶାନ୍ତ, ଶିଷ୍ଠ ଛାତ୍ର ଥିଲେ । ମଦନପୁର ଆଦର୍ଶ ବିଦ୍ୟାଳୟରେ ଦଶମ ପାଶ କରିବା ପରେ ସେ ସଂପ୍ରତି ପ୍ରଗତି ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିଲେ । ତାଙ୍କରି ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.