ଜନ ଆରୋଗ୍ୟ ସମିତିର କାର୍ଯ୍ୟକାରୀ ବୈଠକ

ସୁବର୍ଣ୍ଣପୁର: ସାହାଜପିଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ହରଡ଼ଖୋଲ) ଠାରେ ଜନ ଆରୋଗ୍ୟ ସମିତିର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ଣ୍ଣଚନ୍ଦ୍ର ବିଶି ସଭାପତିତ୍ୱ କରିଥିବା ବେଳେ ଡା. ସଂଗୀତା ଚୌଧୁରୀ ଉପ ସଭାପତି ଭାବେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ରୋଗୀ କଲ୍ୟାଣ ସମିତି ସାହାଜପିଟାର ନାମ ପରିବର୍ତ୍ତନ କରି ଜନ ଆରୋଗ୍ୟ ସମିତି ରଖାଗଲା ବୋଲି ଶ୍ରୀ ବିଶି ଘୋଷଣା କରିଥିଲେ । ସରକାରଙ୍କ ନିୟମ ଅନୁସାରେ ସମସ୍ତ ଜନ ଆରୋଗ୍ୟ ସମିତିର ନୂତନ ସଭ୍ୟମାନଙ୍କୁ ଡା. ସୌରଭ ସାହୁ ସ୍ୱାଗତ କରିଥିଲେ । ଉକ୍ତ ବୈଠକରେ ପିଏଚଇଓ ପ୍ରଦ୍ୟୁମ୍ନ ସାହୁ, ବିପିଏମ ଅଶୋକ ମିଶ୍ର, ସ୍ୱାସ୍ଥ୍ୟ ପରିଦର୍ଶକ ସୀମାଞ୍ଚଳ ଦାସ, ବିଏଏମ ସୁଜିତ ସାହୁ, ଫାର୍ମାସିଷ୍ଟ ଜଗଦୀଶ ଦାସ, ମୋହନ କର୍ମୀ, ପୂର୍ଣ୍ଣ ଚନ୍ଦ୍ର ନାଏକ, ରାଜ କୁମାର ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡା. ପ୍ରସନ୍ନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.