ନର୍ଲା ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଚିପୁଲ ନର୍ସରୀ ଠାରେ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ ନର୍ଲାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ସଭାପତି କେଶବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ସଂଘର ଜିଲ୍ଲା ସଭାପତି ଭାବଗ୍ରାହୀ ନାୟକ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଶୁକଦେବ ମାଝୀ, ଉପଦେଷ୍ଟା ରୁପକେଶରୀ ଦଳେଇ, କୋଷାଧ୍ୟକ୍ଷ ଡମ୍ବରୁଧର ବାଗ, ପୂର୍ବତନ କୋଷାଧ୍ୟକ୍ଷ ବିଶ୍ୱନାଥ ମୁଣ୍ଡ, ଧର୍ମଗଡ ସବଡିଭିଜନର ସଭାପତି ମନୋଜ କୁମାର ଦାସ, ଉପ ସଭାପତି ପ୍ରନୀଣ କୁମାର ଦାସ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ସଂଘର ସଦସ୍ୟ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଦେବପୂଜନ ପରେ ନର୍ଲା ସଂଘର ସଭାପତି ଶ୍ରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ନିତ୍ୟାନନ୍ଦ ଗଉଡ ଓ କୋଷାଧ୍ୟକ୍ଷ ଯଶୋବନ୍ତ ବାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନର୍ଲା ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ ଗୌଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଲୋଚନା ମଧ୍ୟରେ ଆସନ୍ତା ୨୦୨୨ ଜାନୁୟାରୀ ୨୬ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସଂଘ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଏଥିରେ ସଂଘର ସମସ୍ତ ସଦସ୍ୟ ରକ୍ତଦାନ କରି ଜିଲ୍ଲା ରକ୍ତଭଣ୍ଡାରକୁ ପ୍ରଦାନ କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାସହ ମ୍ୟାଟ୍ରିକରୁ ସ୍ନାତକ ଯାଏଁ ଶିକ୍ଷାଗତ ଯୋଗ୍ୟତା ହାସଲ କରି ଜିଲ୍ଲାର ବିଭିନ୍ନ ଅଫିସରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାର୍ଯ୍ୟରତ ସଂଘର କର୍ମଚାରୀ ମାନଙ୍କୁ ସରକାର ଶୀଘ୍ର ପଦୋନ୍ନତିର କରନ୍ତୁ ବୋଲି ବୈଠକରେ ଦାବୀ କରାଯିବା ସହ ପ୍ରସ୍ତାବ ଗୃହୀତ ହୋଇ ରାଜ୍ୟ ସରକାରଙ୍କୁ ସଂଘ ତରଫରୁ ପତ୍ର ପ୍ରେରଣ କରାଯାଉ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମ ଶେଷରେ ନର୍ଲା ସଂଘ ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.