ଆସନ୍ତୁ କିଛି ନୂଆ ଶୁଣିବା ପରିବାର ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ‘କିଛି ସ୍ମୃତି କିଛି ଅନୁଭୂତି’

ବାଲେଶ୍ୱର: ବ୍ୟାସ ଭୂମି ବାଲେଶ୍ୱର ମାଟିର ଅନ୍ୟାତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଆସନ୍ତୁ କିଛି ନୂଆ ଶୁଣିବା ପରିବାର’ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘କିଛି ସ୍ମୃତି କିଛି ଅନୁଭୂତି’ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବିଦାୟୀ ବର୍ଷ ୨୦୨୧ର ସମସ୍ତ ଅଭୁଲା ସ୍ମୃତିକୁ ପୁଣିଥରେ ମନେ ପକାଇବାକୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ସମ୍ପାଦକ ରାଜଗୁରୁ ସିଅଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ସାରସ୍ୱତ ସାଧକ ଅବଦୁଲ ରେହେମାନ ଏବଂ ମୁଖ୍ୟ ଅତିଥି ଭାବରେ ସାରସ୍ୱତ ସାଧିକା ପ୍ରଣତି ମହାପାତ୍ର ଯୋଗଦେଇ ଉପସ୍ଥିତ ବାଗ୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିବାରର ଉପଦେଷ୍ଟା ବିଧୁଭୂଷଣ ପଣ୍ଡାଙ୍କ ଉପସ୍ଥିତି ରହିଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅନେକ ସୁସାହିତ୍ୟିକ/ ସୁସାହିତ୍ୟିକା ସର୍ବଶ୍ରୀ ଇଂ ନିମାଇଁ ପଣ୍ଡା, ଯୁବକବି ରଞ୍ଜନ କୁମାର ମହାନ୍ତି, କାହ୍ନୁ ଚରଣ ଜେନା, ଯୁବ ପ୍ରତିଭା ଜୀନାତମାମ ଦର୍ଜୀ, ପୂଜାରାଣୀ ନାୟକ ଏବଂ ପ୍ରିୟଦର୍ଶିନୀ ମହାପାତ୍ର ପ୍ରମୁଖ କବିତା ମାଧ୍ୟମରେ ପରିବାରକୁ ନେଇ ନିଜର ଅନୁଭୂତି ରଖିଥିଲେ ।କଣ୍ଠଶିଳ୍ପୀ ସୁଶ୍ରୀ ଶିବାନୀ ନାଥ ଭଜନ ପରିବେଷଣ କରିଥିଲେ । ପରିବାରର ରାଜ୍ୟ ସଂଯୋଜିକା ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଯୁବ ପ୍ରତିଭା ହୃଦୟ ରଞ୍ଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.