ଆଇନଜୀବୀଙ୍କ କର୍ତବ୍ୟ ଓ ଦାୟିତ୍ୱ ମହକିଲଙ୍କୁ ନ୍ୟାୟ ଦେଇଥାଏ -ଜଷ୍ଟିସ ଏସ.ମୁରଲୀଧର

● ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧରଙ୍କ ରାୟଗଡା ଗସ୍ତ

ରାୟଗଡା, (ଶିବ ନାରାୟଣ ଗୈାଡ): ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଆଜି ଦିନକିଆ ରାୟଗଡା ଗସ୍ତରେ ଆସି ଜିଲ୍ଳା ଓ ଦୈାରାଜଜ୍ ଅଦଲାତରେ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ରାୟଗଡା ବାର ଆସୋସିଏସନ ଦ୍ୱାରା ଆୟୋଜିତ ସଭାରେ ଯୋଗ ଦାନ କରି ଆଇନଜୀବୀମାନଙ୍କ କର୍ତବ୍ୟ ଓ ଦାୟିତ୍ୱ ମହକିଲଙ୍କୁ ନ୍ୟାୟ ଦେଇଥାଏ ବୋଲି ପ୍ରକାଶ କରିଛନ୍ତି । ଆଜି ଅପରାହ୍ନରେ ଜଷ୍ଟିସ ଶ୍ରୀ ମୂରଲୀଧର ରାୟଗଡା ଠାରେ ପଂହଚିଥିବା ବେଳେ ତାଙ୍କୁ ପାରମ୍ପରିକ ବାଜାନୃତ୍ୟରେ ସ୍ଥାନୀୟ ଶାରଳା ଛକ ଠାରୁ ଓକିଲ ସଂଘ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିଲା । ଜଷ୍ଟିସ ଶ୍ରୀ ମୂରଲୀଧର ପ୍ରଥମେ ଜିଲ୍ଳା ଓ ଦୈାରା ଜଜ୍ ଅଦାଲତ ପରିଦର୍ଶନ କରିବା ପରେ ରେକର୍ଡ ସେକ୍ସନ, ଗ୍ରାମ୍ୟ ନ୍ୟାୟାଳୟ, ସବଜର୍ଜ କୋର୍ଟ, ଏସଡିଜେଏମ କୋର୍ଟ ଏବଂ ସମ୍ମିଳନୀ କକ୍ଷରେ କୋର୍ଟର ବିଭିନ୍ନ ବିଚାରପତି ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ରାୟଗଡା ବାର ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେଠାରେ ତାଙ୍କୁ ବରିଷ୍ଠ ଆଇନଜୀବୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଯୋଗ ଦେଇଥିବା ଯୁବ ଆଇନଜୀବୀମାନଙ୍କୁ ଉତ୍ସାହିତ କରିବା ସହ ଆଇନଜୀବୀମାନେ ବଦଳୁଥିବା ଯୁଗ ସହିତ ଆଧୁନିକ ଆଇନ ବ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ ହୋଇ ମହକିଲମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ ।


ସେହିପରି କୋରାପୁଟ, ନବରଙ୍ଗପୁର, ମାଲକାନଗିିରି ଓ ରାୟଗଡା ଜିଲ୍ଳାରେ ଖୋଲାଯାଇଥିବା ଇ-ଫାଇଲିଙ୍ଗ ଷ୍ଟେସନର ଉପକାରିତା ସମ୍ବନ୍ଧରେ ଆଲୋକପାତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରେଜିଷ୍ଟାର ହାଇକୋର୍ଟ ବିଶ୍ୱଜିତ୍ ମହାନ୍ତି, ରାୟଗଡା ଜିଲ୍ଳା ଓ ଦୈାରାଜଜ୍ ଅଦାଲତ ବିଚାରପତି ବିକ୍ରମ କେଶରୀ ପଟ୍ଟନାୟକ, ରାୟଗଡା ଓକିଲ ସଂଘ ଉପସଭାପତି ରବି ପ୍ରସାଦ ମହାପାତ୍ର, ସଂପାଦକ ଜଗନ୍ନାଥ ଦୋରା, ଯୁଗ୍ମ ସଂପାଦକ ସିଏଚ.ଏସ.ଜି.ଭି.ରାଓ (ଗିରି), କୋଷାଧ୍ୟକ୍ଷ ମାନସ ରଥ, ଗୁଣପୁର ଓକିଲ ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ବିଷମକଟକ ଓକିଲ ସଂଘ ସଭାପତି ମନ୍ମଥ ରାଓ, ସଂପାଦକ ପୃଥ୍ୱୀରାଜ ସାହୁଙ୍କ ସମେତ ରାୟଗଡାର ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାଏକ, ପଦ୍ମନାଭ ଦାସ, ଲାବଣ୍ୟମୋହନ ପଟ୍ଟନାୟକ, ମଙ୍ଗଳମୂର୍ତି ବେଉରିଆ ଓ ଅନ୍ୟ ଓକିଲମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.