ନାଇକେନପାଲିରେ ମାନସିକ ସ୍ଵାସ୍ଥ୍ୟ ନିରୂପଣ ଶିବିର ଅନୁଷ୍ଠିତ

● ଚିକିତ୍ସିତ ହେଲେ ୬୧ ମାନସିକ ରୋଗୀ

ସୋନପୁର: ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଏକ ମାନସିକ ସ୍ଵାସ୍ଥ୍ୟ ନିରୂପଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ଶିବିରଟିକୁ ଉଦଘାଟନ କରିଥିଲେ। ଜିଲ୍ଲା ମାନସିକ ସ୍ଵାସ୍ଥ୍ୟ ନୋଡାଲ ଅଫିସର ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ର ଅଧିକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସମ୍ମାନିତ ଅତିଥି ଭାବେ ଶିବିର ରେ ଯୋଗଦାନ କରିଥିଲେ। ଭୀମଭୋଇ ମେଡିକାଲ କଲେଜର ମାନସିକ ସ୍ଵାସ୍ଥ୍ୟ ବିଭାଗର ସିନିୟର ରେସିଡେଣ୍ଟ ଡାକ୍ତର ଟିକିନା ବେହେରା ଶିବିରରେ ଯୋଗଦେଇ ମାନସିକ ରୋଗୀମାନଙ୍କ ଚିକିତ୍ସା କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ମାନସିକ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମର ଚିକିତ୍ସା ମନୋବିଜ୍ଞାନୀ ପୁଷ୍ପାରାଣୀ ହେମ୍ରମ୍ ରୋଗୀଙ୍କୁ ବ୍ୟବହାରିକ ପରାମର୍ଶ ପ୍ରଦାନ କରିଥିଲେ । ଶିବିରରେ ମୋଟ ୬୧ ଜଣ ରୋଗୀ ଚିକିତ୍ସା ସୁବିଧା ପ୍ରାପ୍ତ କରିଥିଲେ। ଶିବିରରେ ସ୍ଵତନ୍ତ୍ର ଭାବେ ସ୍ଥାପିତ ହୋଇଥିବା ଆଇଇସି କର୍ନର ଦ୍ଵାରା ଲୋକଙ୍କୁ ମାନସିକ ସ୍ଵାସ୍ଥ୍ୟ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ରାମ ଶଙ୍କର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ବିପିଏମ ଅଶୋକ ମିଶ୍ର ଶିବିରଟିକୁ ପରିଚାଳଣା କରିଥିଲେ। ଜିଲ୍ଲା ମାନସିକ ସ୍ଵାସ୍ଥ୍ୟ ପ୍ରକୋଷ୍ଠର ମାନସିକ ରୋଗ କର୍ମୀ ଜ୍ଞାନଜିତ ଶତପଥୀଙ୍କ ସମେତ ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ରର ରେଖାରାଣୀ ଦାଶ, ଅମିତ କୁମାର ପ୍ରଧାନ, ରାଧାନାଥ ରଥ, ଗୀତାଞ୍ଜଳି ସା, ଆରତି ଶିଖା, ସରୋଜ କୁମାର ଗାନ, ସୁଜିତ କୁମାର ସାହୁ, ପ୍ରଦୀପ ଭୋଇ, ଶୁଭଲକ୍ଷ୍ମୀ ବାଘ, ପ୍ରଦୀପ କୁମାର ନାଏକ, ଦେବାଶିଷ ମିଶ୍ର ପ୍ରମୂଖ ଶିବିର ଆୟୋଜନରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.