କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

କଳାହାଣ୍ଡି: ଧର୍ମଗଡ଼ ଶକ୍ତି ମଣ୍ଡପଠାରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଶୀତ ଋତୁରେ ଅସହାୟ ତଥା ଆବଶ୍ୟକତା ଅନୁଭବ କରୁଥିବା ବ୍ୟକ୍ତିମାନଙ୍କୁ କମ୍ବଳ ଯୋଗାଇଦେବା ଲକ୍ଷନେଇ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଏହି କାର୍ଯ୍ୟକ୍ରମ ହାତକୁ ନେଇଛି। କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଧର୍ମଗଡ ବିଧାୟକ ମହଷୋଧୀ ବାଗ, ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ, ଧର୍ମଗଡ଼ ବ୍ଲକ ଯାଦବ ସମିତିର ପୂର୍ବତନ ସଭାପତି ଧନୁ ଗୋପାଳ, ଧର୍ମଗଡ ବ୍ଲକ ଯାଦବ ସମିତି ସଭାପତି ଶଙ୍କର ଜୁଏଡ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନର ଶୁଭାରମ୍ଭ କରିଥିଲେ।

Omkar Vasthu
Omkar Vasthu


ଏଥିରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ସମେତ ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ଡାକେଶ୍ବର ଲହଜଲ, ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, କୋଷାଧ୍ୟକ୍ଷ ସନ୍ତୋଷ ବାଗ, ଧର୍ମଗଡ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତ, ବିଧାୟକଙ୍କ ପ୍ରତିନିଧି ସ୍ବାଧିନ ବାଗଙ୍କ ସମେତ ରାଜେଶ ବଗର୍ତ୍ତି, ମାନସ ରଞ୍ଜନ ବାଗ, ରାଜା ହାତୀ, ଅରକ୍ଷିତ ଭଇଁସାଲ, କାର୍ତ୍ତିକ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନରେ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଧର୍ମଗଡ଼ ସହରର ଅନେକ ବୃଦ୍ଧ, ବୃଦ୍ଧା, ଅସହାୟ ଓ ନିରୀହ ଜନତା କମ୍ବଳ ପାଇଁ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି। ଆଗକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.