କୋରାପୁଟ ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଉଦଘାଟିତ

କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ସଂସ୍କୃତି ଭବନ ପରିସରରେ ଆଂଚଳିକ ଆର୍ଟ ଗ୍ୟାଲେରୀ ଉଦଘାଟିତ ହୋଇଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ ।ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ, ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି, ଲଲିତ କଳା ଏକାଡେମୀ କାର୍ଯ୍ୟକାରୀ ସମିତିର ସଭ୍ୟ ଶ୍ୟାମସୁନ୍ଦର ମେହେର ପ୍ରମୁଖ ଆର୍ଟ ଗ୍ୟାଲେରୀ ପରିଦର୍ଶନ କରିଥିଲେ ।କୋରାପୁଟ ଜିଲ୍ଲାର ଚିତ୍ରକାରଙ୍କ ଦ୍ୱାରା ଖୁବ ସୁନ୍ଦର ଚିତ୍ର ପ୍ରଦର୍ଶନ କରାଯାଇଥିବା କୋରାପୁଟ ବିଧାୟକ ଶ୍ରୀ ପଡାଲ ସୂଚନା ଦେଇଛନ୍ତି ।ଏହାଦ୍ୱାରା କୋରାପୁଟ ଜିଲ୍ଲାର ଚିତ୍ରକଳାର ପ୍ରସାର ଓ ପ୍ରଚାର ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲାର ସ୍ଥାନୀୟ ଚିତ୍ରକାରମାନେ ସେମାନଙ୍କ ଚିତ୍ରକଳା ଏଠାରେ ପ୍ରଦର୍ଶନୀ କରିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜିତ ମିଶ୍ର ଯୋଗଦେଇ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁଓ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ, ରାସ୍ତା ଓ ଗୃହ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା ଓ ସହକାରୀ ଯନ୍ତ୍ରୀ ଶରତ ପାତ୍ର, ଓସ୍ୱାନର ଡିଜିଏମ ମନୋଜ ଦାସ, ଚିତ୍ରକାର ଟୁବୁଲି ବେହେରା ଓ କେଶବ ଖରା ପ୍ରମୁଖ ଉପସ୍ଥିତ ଥିଲେ ।

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.