ପୋଖରୀରେ ବୁଡି ଦୁଇ ଯାଆଁଳା ଭାଇ ମୃତ, ଆସିଥିଲେ ସାଥିରେ ଚାଲିଗଲେ ସାଥିରେ

● ମହାଳିଙ୍ଗ ଗ୍ରାମରେ ଅଭାବନୀୟ ଘଟଣା

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଆଜି ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ମହାଲିଙ୍ଗ ଗ୍ରାମରେ ହୃଦୟ ବିଦାରକ ଘଟଣା ଘଟି ଯାଇଛି । ଗାଁର ପୋଖରୀରେ ଦୁଇ ଯାଆଁଳା ଭାଇ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ପୋଖରୀରୁ ଦୁଇ ଯାଆଁଳା ଭାଇଙ୍କୁ ଉଦ୍ଧାର କରି ପରିବାର ଲୋକେ ସ୍ଥାନୀୟ ବୋର୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କଟିଥିଲେ । ଦୁହି ଯାଆଁଳା ଭାଇ ପୀୟୂଷ ସାହୁ (୫)ଓ ୟସ ସାହୁ (୫)ତାଙ୍କ ବାପାଙ୍କ ନାମ ରୋହିତ ସାହୁ । ଉକ୍ତ ଘଟଣାପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.