କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ବ୍ଳକର ଗୋଚ୍ଛାଡ଼େଙ୍ଗେନ ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବରେ ଡ଼ଃ ସୁରେଶ କୁମାର ପଧାନ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ଆଜି ନିଜ ସମର୍ଥକଙ୍କ ଗହଣରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ସୁରେଶ ଜଣେ ଉଚ୍ଚଶିକ୍ଷିତ ଯୁବକ ହେଇଥିବାବେଳେ ସମାଜର ବିଭିନ୍ନ ବର୍ଗର ମଣିଷଙ୍କ ସହିତ ତାଙ୍କରି ସୁସମ୍ପର୍କ ରହିଛି ଏବଂ ଏହି ରାଜନୀତିରେ ନିଜକୁ ସାମିଲ କରେଇ ସେ ଲୋକଙ୍କର ଆହୁରି ନିକଟତର ହେଇ ନିଜର ସେବା ଜାରୀ ରଖିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଗୋଚ୍ଛାଡ଼େଙ୍ଗେନରେ ତାଙ୍କରି ଏହି ବିକାଶର ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ଦୃଢ ସମର୍ଥନ କରିବେ ବୋଲି ସେ ଖୁବ୍ ଆଶାବାଦୀ ରହିଥିବା କହିଛନ୍ତି ।